Home ଅପରାଧ ଘୃଣା ଏବଂ ଅଶ୍ଳୀଳତା ପ୍ରସାର କରୁଥିବା କରୁଥିବା ୫୦୦ ୱେବସାଇଟ୍ ବ୍ୟାନ୍ – ଅନେକ ବିରୋଧରେ...

ଘୃଣା ଏବଂ ଅଶ୍ଳୀଳତା ପ୍ରସାର କରୁଥିବା କରୁଥିବା ୫୦୦ ୱେବସାଇଟ୍ ବ୍ୟାନ୍ – ଅନେକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି

980

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ଦିଲ୍ଲୀ ପୋଲିସର ସାଇବର ସେଲ୍ ପ୍ରାୟ ୫୦୦ ୱେବସାଇଟ୍ ଉପରେ ବ୍ୟାନ ଲଗାଇବା ସହିତ, ଯେଉଁଗୁଡ଼ିକ ଅଶ୍ଳୀଳତା ଏବଂ ଘୃଣାର ପ୍ରସାର କରୁଥିଲେ ସେଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି। ଗତ ୧୮ ମାସ ମଧ୍ୟରେ ଗୃହ ମନ୍ତ୍ରଣାଳୟର ସାଇବର କ୍ରାଇମ୍ ପ୍ରୋବେସନ ଏଗେନଷ୍ଟ ୱିମେନ ଆଣ୍ଡ ଚିଲଡ୍ରେନ (ସିସିପିଡବ୍ଲୁସି) ଏବଂ ସାଇବର ସେଲ୍ ଗ୍ରହଣ କରିଥିବା ଅଭିଯୋଗକୁ ଆଧାର କରି ପ୍ରାୟ ୫୦ ଜଣ ସାଇବର ଅପରାଧୀଙ୍କୁ ଜେଲକୁ ପଠାଇଛି।

ଲୋକମତ ନ୍ୟୁଜରେ ପ୍ରକାଶିତ ଖବର ଅନୁଯାୟୀ, ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୋଲିସ ସାଇବର ସେଲର ସୂତ୍ର ଅନୁଯାୟୀ, ଅନେକ ସୋସିଆଲ ମିଡିଆ ପୋଷ୍ଟର URL ସମେତ ଅନେକ ୱେବସାଇଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେଗୁଡିକ ଅନ୍ୟ ଦେଶର ନିଷିଦ୍ଧ ସଂଗଠନ ଦ୍ୱାରା ପରିଚାଳିତ ହେଉଛି ଏହି ନିଷିଦ୍ଧ ସଂଗଠନଗୁଡିକ ସ୍ଥାନୀୟ ସ୍ଲିପର ସେଲ ସାହାଯ୍ୟରେ ସୋସିଆଲ ମିଡିଆରେ ହଜାର ହଜାର ସଂଖ୍ୟାରେ ଆକାଉଣ୍ଟ ସୃଷ୍ଟି କରିଛନ୍ତି, ଯାହା ମାଧ୍ୟମରେ ଆପତ୍ତିଜନକ, ରାଷ୍ଟ୍ର ବିରୋଧୀ ତଥା ସମାଜରେ ବିଦ୍ୱେଶ ଭାବକୁ ବୃଦ୍ଧି କରୁଛନ୍ତି। ଏଭଳି ଆକାଉଣ୍ଟଗୁଡ଼ିକୁ ଚିହ୍ନଟ ଏବଂ ବନ୍ଦ କରିବା ପାଇଁ ସାଇବର ସେଲ୍ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସୋସିଆଲ୍ ନେଟୱାର୍କର ଅପରେଟରମାନଙ୍କ ସହ କିଛି ଦିନ ବ୍ୟବଧାନରେ ଆପତ୍ତିଜନକ ସୋସିଆଲ୍ ନେଟୱାର୍କିଂ ସାଇଟ ଗୁଡ଼ିକୁ ବନ୍ଦ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଏ। ଏହା ଏକ ଚଳନ୍ତି ପ୍ରକ୍ରିୟା ଏବଂ ଏଥିପାଇଁ ସାଇବର ସେଲ୍ ସର୍ବଦା ସୋସିଆଲ ମିଡିଆ ଉପରେ ନଜର ରଖିଥାଏ।

ଗତ ୧୮ ମାସ ମଧ୍ୟରେ ୫୦୦ ରୁ ଅଧିକ URL ଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରାୟ ୫୦ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅବଶ୍ୟ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଏବଂ ଆଇନଗତ କାର୍ଯ୍ୟ ସମ୍ପୂର୍ଣ୍ଣ ଅଭିଯୋଗକାରୀଙ୍କ ଉପରେ ନିର୍ଭର କରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.