Home ଓଡ଼ିଶା ତାଳକଣିରେ ପୁର୍ଣ୍ଣାନନ୍ଦ ବୃଦ୍ଧାଶ୍ରମର ନୁତନ ଗୃହ ପ୍ରତିଷ୍ଠା

ତାଳକଣିରେ ପୁର୍ଣ୍ଣାନନ୍ଦ ବୃଦ୍ଧାଶ୍ରମର ନୁତନ ଗୃହ ପ୍ରତିଷ୍ଠା

564

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୮-ରଣପୁର ବ୍ଲକ୍ ତାଳକଣି ଗ୍ରାମ ପଂଚାୟତ ତାଳକଣିଠାରେ ଶ୍ରୀ ଶ୍ରୀ ସଦ୍‌ଗୁରୁ ପୁର୍ଣ୍ଣାନନ୍ଦ ଦେବଙ୍କ ଦିବ୍ୟଧାମ ତୁଳସୀ ବୃନ୍ଦାବନ ତରଫରୁ ଏକ ବୃଦ୍ଧାଶ୍ରମ ର ନୁତନ ଗୃହ ପ୍ରତିଷ୍ଠା ଅଗଷ୍ଟ ୧୧ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ମଣିଷ ଜୀବନର ଚାରି ଅବସ୍ଥା ମଧ୍ୟରୁ ଶେଷାବସ୍ଥା ବୃଦ୍ଧା ଅବସ୍ଥା । ଅନେକ ଯାଗାରେ ଦେଖିବାକୁ ମିଳୁଛି ବୃଦ୍ଧ ଅବସ୍ଥାରେ ମନୁଷ୍ୟ ନିରାଶ୍ରୟ ହୋଇପଡୁଛି । ପୁଅବୋହୁ ମାନେ ବାପ ମାଙ୍କୁ ବୃଦ୍ଧ ଅବସ୍ଥା ହେଲେ କେଉଁଠି ପଚାରୁ ନାହାନ୍ତି ତ ଆଉ କେଉଁଠି ଅକଥନୀୟ ନିର୍ଯ୍ୟାତନା ଦେଉଥିବାରୁ ଦେଖିବାକୁ ମିଳୁଛି ।

ତେଣୁ ବାର୍ଧକ୍ୟ ଅବସ୍ଥାରେ ମନୁଷ୍ୟ ନିରାଶ୍ରୟ ହୋଇ ପଡୁଛି । ନିଜର ପୁଅବୋହୁ, ନାତି ନାତୁଣୀ ମାନଙ୍କଠାରୁ କର୍ତ୍ତବ୍ୟ ଆଶା କରି ଆଇନ୍ ର ଆଶ୍ରୟ ନେଲେ ମଧ୍ୟ ଅନେକ କ୍ଷେତ୍ରରେ ସୁଫଳ ମିଳୁନାହିଁ । ରଣପୁର ବ୍ଲକ୍ ଅଂଚଳରେ ବୃଦ୍ଧାଶ୍ରମ ନଥିବାରୁ ପୁର୍ଣ୍ଣାନନ୍ଦ ଦେବଙ୍କ ତରଫରୁ ଏକ ବୃଦ୍ଧାଶ୍ରମ ଆରମ୍ଭ ହୋଇଛି । ଏକ ପରିଚାଳନା କମିଟି ଏହାର ତତ୍ୱାବଧାରକ ରହିଛି । ବୃଦ୍ଧାଶ୍ରମ ପ୍ରତିଷ୍ଠା ପରେ ରଣପୁର ଅଂଚଳର ବୃଦ୍ଧ ବୃଦ୍ଧା ମାନଙ୍କର ଆଶାର ଆଲୋକ ସଂଚାର ହୋଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.