Home Coronavirus Outbreak ନୟାଗଡ଼ରେ ଚା, ଚାଟ, ଫାଷ୍ଟଫୁଡ଼ ଦୋକାନୀଙ୍କ ପାଇଁ କରୋନା କଟକଣା କଡ଼ାକଡ଼ି

ନୟାଗଡ଼ରେ ଚା, ଚାଟ, ଫାଷ୍ଟଫୁଡ଼ ଦୋକାନୀଙ୍କ ପାଇଁ କରୋନା କଟକଣା କଡ଼ାକଡ଼ି

96

ନୟାଗଡ଼, ୧୧ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ରେ କରୋନା କଟକଣା ଥିଲାମଧ୍ୟ ମାସ୍କ, ସାମାଜିକ ଦୂରତ୍ୱକୁ ଅମାନିଆମାନେ ସେତେଟା ଗୁରୁତ୍ୱ ଦେଉନଥିଲା ପରି ଦେଖାଦେଇଛି। ଅଧିକାଂଶ ଦୋକାନ ମାନଙ୍କରେ ଗହଳି ଚହଳି ଲାଗି ରହୁଥିଲେ ମଧ୍ୟ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିଲା ଭଳି କଟକଣା ଦେଖା ଯାଉନାହିଁ। ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ଘରୁ ନବାହାରିବା ପାଇଁ ସରକାରୀ କଟକଣା ରହିଥିଲେ ମଧ୍ୟ ସନ୍ଧ୍ୟା ୬ଟା ପରେ ବିଭିନ୍ନ ଫାଷ୍ଟ ଫୁଡ୍‌, ଜଳଖିଆ ଦୋକାନ, ଚାଟ ଦୋକାନ ଆଦି ଖୋଲା ରହୁଥିବା ଦେଖିବାକୁ ମିଳୁଛି। ଯାହାକି ସେହି ସବୁ ଦୋକାନମାନଙ୍କରେ ଭିଡ଼ ଲାଗି ରହୁଛି। ଫଳରେ କରୋନା ସଂକ୍ରମଣର ଭୟ ଅଧିକ ବଢି ଯାଇଛି। ଏସବୁକୁ ଆଖି ଆଗରେ ରଖି ଜିଲାପାଳ ଡ.ପୋମା ଟୁଡ଼ୁ କଡ଼ା କଟକଣା ଲାଗୁ କରିଛନ୍ତି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ପାଇ ଗୁରୁବାର ଉପଜିଲାପାଳ ଲଗ୍ନଜିତ ରାଉତ, ତହିସିଲଦାର ଭିକାରୀ ସାହୁ, ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ଓ ପୌରାଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଦୋକାନ ମାନଙ୍କ ଅଚାନକ ଚଢାଉ କରି କେତେକ ଦୋକାନକୁ ତାଲା ପକାଇ ଦେଇଛନ୍ତି। ଏପରିକି ଚା, ଚାଟ, ଗୁପଚୁପ୍, ଫାଷ୍ଟ ଫୁଡ ଓ ଜଳଖିଆ ଦୋକାନ ମାନଙ୍କ ଉପରେ କଡ଼ାକଡ଼ି କଟକଣା କରିବା ସହିତ ଅନ୍ୟଦେଶ ନମିଳିବା ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.