Home କନ୍ଧମାଳ କନ୍ଧମାଳ – ଦୁଇ କରୋନା ପଜିଟିଭି ଘଟଣା – ସାନିଟାଇଜ ହେଲା ରତଙ୍ଗ କ୍ୱାରେନଟାଇନ ସେଣ୍ଟର

କନ୍ଧମାଳ – ଦୁଇ କରୋନା ପଜିଟିଭି ଘଟଣା – ସାନିଟାଇଜ ହେଲା ରତଙ୍ଗ କ୍ୱାରେନଟାଇନ ସେଣ୍ଟର

107

ବାଲିଗୁଡା ୧୯-୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଗ୍ରୀନ ଜୋନ୍‌ କନ୍ଧମାଳ ଜିଲାରେ କରୋନା ପହଞ୍ଚିଛି। ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିବା ୨ ପ୍ରବାସୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି। ଉଭୟଙ୍କୁ ଜିଲା ପ୍ରଶାସନ ପକ୍ଷରୁ ରବିବାର ରାତିରେ ଭୁବନେଶ୍ୱର କିମ୍‌ସ୍‌ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ତାମିଲନାଡୁର ଚେନ୍ନାଇରୁ ଟ୍ରେନ୍‌ ଯୋଗେ ଆସିଥିବା ଏହି ଦୁଇ ଜଣଙ୍କୁ ଜିଲା ପ୍ରଶାସନ ଚିହ୍ନଟ କରି ଆଣି କ୍ୱାରେନଟାଇନରେ ରଖିଥିଲା। ଏହି ୨ ଜଣଙ୍କଠାରେ କରୋନାର କିଛି ଲକ୍ଷଣ ନ ଥିଲା। ତେବେ ରିପୋର୍ଟ ପଜିଟିଭ ଆସିବା ପରେ ଜିଲାବାସୀ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି। ପଜିଟିଭ୍‌ ଦୁଇ ଜଣ ଫିରିଙ୍ଗିଆ ବ୍ଲକ ରତଙ୍ଗ କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିଲେ। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ସୋମବାର ଉକ୍ତ କେନ୍ଦ୍ରକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.