Home Coronavirus Outbreak ପୁରୀରେ କରୋନା ପଜେଟିଭଙ୍କ ସଂଖ୍ୟା ୩୩କୁ ବୃଦ୍ଧି

ପୁରୀରେ କରୋନା ପଜେଟିଭଙ୍କ ସଂଖ୍ୟା ୩୩କୁ ବୃଦ୍ଧି

193

ପୁରୀ, ୧୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ପୁରୀଜିଲ୍ଲାର ୪ଟି କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ଏମାନେ ସମସ୍ତେ କ୍ୱରେଟାଂଇନ ସେଂଟରର ରହିଥିଲେ। ସମସ୍ତେ ସୁରଟ ଫେରନ୍ତା ବୋଲି ଜଣାଯାଇଛି। ପୁରୀ ସହର ମଧ୍ୟରେ ବର୍ତମାନ ଦୁଇଟି ସ୍ଥାନକୁ ନିଷିଧ୍ୟାଂଚଳ ଘୋଷଣା କରାଯାଇଛି। ସମୁଦ୍ରକୂଳର ରେଣୁକା ଗଳି ଓ ଅନ୍ୟଟି ମାର୍କେଟ ଛକରୁ ନରେନ୍ଦ୍ରକୋଣ ଅଂଚଳକୁ ନିଷିଦ୍ଧ କରାଯାଇଛି। ଉକ୍ତ ଅଂଚଳରେ ଥିବା ଲୋକମାନେ ଘରୁବାହାରକୁ ବାହାରିବେ ନାହିଁ କିମ୍ବା ବାହାରୁ କୌଣସି ଲୋକ ଉକ୍ତ ଅଂଚଳକୁ ପ୍ରବେଶ କରିପାରିବେ ନାହିଁବୋଲି ନିର୍ଦ୍ଦେଶ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.