Home ଅପରାଧ ପୂର୍ବ ସତୃତାକୁ ନେଇ ବଡ଼ଭାଇକୁ ଟାଙ୍ଗିଆରେ ହାଣି ସାନଭାଇ ଗିରଫ୍

ପୂର୍ବ ସତୃତାକୁ ନେଇ ବଡ଼ଭାଇକୁ ଟାଙ୍ଗିଆରେ ହାଣି ସାନଭାଇ ଗିରଫ୍

239

କେନ୍ଦୁଝର, ତା ୧୯ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମ ପଞ୍ଚାୟତର ଛତିଆ ଗ୍ରାମରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ଗୁରୁତର ହୋଇଥିଲେ । ଖବର ଅନୁଯାୟୀ ଗତ ରବିବାର ଅପରାହ୍ନ ସମୟରେ ଛତିଆ ଗ୍ରାମର ପରିଖିତ ନାୟକଙ୍କୁ ତାଙ୍କ ସାନ ଭାଇ ଲୋକନାଥ ନାୟକ ପୂର୍ବ ସତ୍ତୃତାକୁ କେନ୍ଦ୍ର କରି ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପ୍ରଥମେ ଝଗଡ଼ା ସୃଷ୍ଟି କରିଥିଲା । ପରେ ଅତ୍ୟଧିକ ରାଗି ଘର ଭିତରୁ ଏକ ଟାଙ୍ଗିଆ ଆଣି ବଡ଼ ଭାଇକୁ ଆକ୍ରମଣ କରିଥିଲା । ଉକ୍ତ ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପାଟି ଶୁଣି ପଡୋଶୀ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ବଡ଼ ଭାଇକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏଥିସହ ସାନଭାଇଙ୍କୁ ଦୋୖଡି ସାହାଯ୍ୟରେ ଘର ନିକଟସ୍ଥ ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ସାନ ଭାଇକୁ ଆଣି ଥାନାରେ ଅଟକ ରଖିବା ସହ ତଦନ୍ତ ଜାରି ରଖିଥିଲେ । ତଦନ୍ତରେ ସତ୍ୟାସତ୍ୟ ଜାଣିବା ପରେ ଆଜି ସାନଭାଇଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.