Home କେନ୍ଦ୍ରାପଡ଼ା ବାଲିପାଟଣା ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୨ପ୍ରବାସୀ

ବାଲିପାଟଣା ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୨ପ୍ରବାସୀ

151

କେନ୍ଦ୍ରାପଡ଼ା ୧୨/୫ (ଓଡ଼ିଆ ପୁଅ) – ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମପଂଚାୟତ ପକ୍ଷରୁ ବାଲିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅସ୍ଥାୟୀ କରୋନା ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮୬ ଶଯ୍ୟାର ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ପଟ୍ଟାମୁଣ୍ଡାଇ ବ୍ଲକ ଆଖପାଖ ଅଂଚଳର ୫୨ଜଣ ସୁରତ, ହାଇଦ୍ରାବାଦ ଓ ପଶ୍ଚିମବଙ୍ଗ ଫେରନ୍ତା ଏହି କେନ୍ଦ୍ରରେ କ୍ୱାରେଂଟାଇନରେ ରହିଛନ୍ତି। ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୧୮ଟି ପାଇଖିନା ନିର୍ମାଣ କରାଯାଇଥିବା ବେଳେ ଆକ୍ୱାଗାର୍ଡ ଲଗାଯାଇ ପାନୀୟ ଜଳର ବ୍ୟବସ୍ଥା ସମେତ ଅନ୍ତେବାସୀଙ୍କ ମନୋରଞ୍ଜନ ନିମନ୍ତେ ରଙ୍ଗୀନ ଟିଭି ଲଗାଯାଇଛି। ଏହାବ୍ୟତିତ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ସ୍ୱଛ ଓ ସାନିଟାଇଜ କରାଯିବା ସହିତ ଏହି କେନ୍ଦ୍ର ପରିସରକୁ ଅତ୍ୟନ୍ତ ସୁନ୍ଦର ଓ ବ୍ୟବସ୍ଥିତ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡାଙ୍କ ପରାମର୍ଶରେ ଏବଂ ସରପଂଚ ସନ୍ଧ୍ୟାରାଣୀ ଜେନା ଓ ପଂଚାୟତ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର କୁମାର ଦାସଙ୍କ ତତ୍ୱାବଧାନରେ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ପ୍ରବାସୀ ଅନ୍ତେବାସୀମାନେ ଶାନ୍ତିଶୃଙ୍ଖଳାର ସହିତ ରହିଆସୁଛନ୍ତି। ସରକାରଙ୍କ ସମସ୍ତ ନିୟମକାନୁନ ଅନୁଯାଇ ଏହିକେନ୍ଦ୍ର ପାଇଁ ଗଠିତ କମିଟିର ଆଶାକର୍ମୀ, ଅଙ୍ଗନୱାର୍ଡୀକର୍ମୀ, ସ୍ୱାସ୍ଥ୍ୟକର୍ମୀ ପ୍ରଭୃତି ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଦାସଙ୍କ ତତ୍ୱାବଧାନରେ ନିଷ୍ଠାର ସହିତ ନିଜ ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି।
/ଚିତ୍ତରଞ୍ଜନ ଦାସ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.