Home Coronavirus Outbreak ଭଦ୍ରକର ଚରମ୍ପାରେ ଲାଗିଲା ୨୪ ଘଣ୍ଟିଆ କର୍ଫ୍ୟୁ

ଭଦ୍ରକର ଚରମ୍ପାରେ ଲାଗିଲା ୨୪ ଘଣ୍ଟିଆ କର୍ଫ୍ୟୁ

231

ଭଦ୍ରକ ୧୨-୫ (ଓଡ଼ିଆ ପୁଅ/ବିରଞ୍ଚି ପତ୍ରୀ) COVID-19ର ସଂକ୍ରମଣକୁ ଆଖିଆଗରେ ରଖି ସାମାଜିକ ଦୂରତାକୁ ଏକ ପ୍ରଭାବଶାଳୀ ଉପାୟରେ ପାଳନ କରିବାକୁ ହେବ। ଜନସ୍ୱାସ୍ଥ୍ୟର ବୃହତ ସ୍ୱାର୍ଥ ଉଦ୍ଦେଶ୍ୟରେ ଭଦ୍ରକ ରେଳ ଷ୍ଟେସନ (ଚରମ୍ପା) ନିକଟରେ ଜିଲ୍ଲା ପ୍ରଶାସନ ତରଫରୁ ୨୪ ଘଣ୍ଟିଆ କର୍ଫ୍ୟୁ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟଯେ, ଭଦ୍ରକ ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଆସୁଛନ୍ତି। ତେଣୁ ଭଦ୍ରକ ରେଳ ଷ୍ଟେସନକୁ ବହୁ ସଂଖ୍ୟକ ଲୋକଙ୍କର ଫେରିବା ଏବଂ ନିଜ ଅଞ୍ଚଳକୁ ଯିବା ପାଇଁ ତଥା ରେଳ ଷ୍ଟେସନ ପରିସର ଏବଂ ଏହାର ଆଖପାଖରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ଏହି ନିର୍ଣ୍ଣୟ ନିଆଯାଇଛି।

ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଜ୍ଞାନ ଦାସ ଏହି ଆଦେଶ ଜାରି କରିଛନ୍ତି।
ତେବେ ନିମ୍ନ ଲିଖିତ ସ୍ଥାନ ମାନଙ୍କରେ ଚଳପ୍ରଚଳ ଉପରେ କଟକଣା ରହିବ
– ଚରମ୍ପା ରେଳ ଷ୍ଟେସନରୁ ୫୦୦ ମିଟର
– ଡାଗରାସାହି ସ୍କୁଲ୍ ଛକରୁ ଗୁନ୍ଥୁନିଆ ବଜାର ରେଳବାଇ ମାଲ୍-ଗୋଦାମ ରୋଡ୍।
– ତେଲେଙ୍ଗାସାହି ଛକରୁ କୈଳାଶ ଫିଲ୍ମ ହଲ୍ ଛକ
– ଚରମ୍ପା ଓଭର ବ୍ରିଜ୍ ଛକ ରୁ ଜାଭିୟର୍ସ ସ୍କୁଲ୍ ଛକ ପର୍ଯ୍ୟନ୍ତ।
– ବେଲାମାଳ ରେଳ ଷ୍ଟେସନ ଛକ
ମଧ୍ୟରେ ଜନସାଧାରଣଙ୍କର ଚଳପ୍ରଚଳ ଏବଂ ସମସ୍ତ ଅନାବଶ୍ୟକ କାର୍ଯ୍ୟକଳାପ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବନ୍ଦ ରହିବ ବୋଲି ଭଦ୍ରକ ଜିଲ୍ଲାପାଳ ଏହି ଆଦେଶ ଜାରି କରିଛନ୍ତି। ଏହି ଆଦେଶକୁ ପାଳନ କରିବା ପାଇଁ ସ୍ଥାନିୟ ପୋଲିସ୍ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ଏହି ଆଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଏବଂ I.P.C ର ଦଣ୍ଡବିଧାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.