Home ଓଡ଼ିଶା ଓଡିଆ ସହିତ୍ୟର ମହାନ ବରପୁତ୍ର ଫକୀର ମୋହନଙ୍କ ଆଜି ଜନ୍ମ ଦିବସ

ଓଡିଆ ସହିତ୍ୟର ମହାନ ବରପୁତ୍ର ଫକୀର ମୋହନଙ୍କ ଆଜି ଜନ୍ମ ଦିବସ

714

ଭୁବନେଶ୍ୱର ୧୫ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଆ ସହିତ୍ୟର ମହାନ ବରପୁତ୍ର ଫକୀର ମୋହନଙ୍କ ଆଜି ଜନ୍ମ ଦିବସ । ଓଡ଼ିଆ ସାହିତ୍ୟକୁ ଯେଉଁକେତେଜଣ ନିଜର ଲେଖନୀ ଚାଳନା ଦ୍ବାରା ରୁଦ୍ଧିମନ୍ତ କରିଛନ୍ତି ତଥା ଓଡ଼ିଆ ଲୋକଙ୍କୁ ସ୍ବାଭିମାନ ହେବା ଶିଖାଇଥିବା ମହାନ ବରପୁତ୍ର ହେଉଛନ୍ତି ଫକୀରମୋହନ ସେନାପତି । ଓଡ଼ିଶା ସରକାର ତାଙ୍କ ସମ୍ମାନରେ ତାଙ୍କର ଜନ୍ମସ୍ଥାନ ବାଲେଶ୍ବର ଜିଲ୍ଲାରେ ଫକୀରମୋହନ କଲେଜ ଏବଂ ଫକୀରମୋହନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବାବେଳେ ବାଲେଶ୍ବରଠାରେ ନିର୍ମିତ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି । ତାଙ୍କ ନାମରେ ୧୯୯୩ରେ ଏକ ଡାକଟିକଟ ମଧ୍ୟ ଜାରି କରାଯାଇଛି । ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ କବି ମାୟାଦର ମାନସିଂ ଫକୀରମୋହନଙ୍କୁ ପ୍ରଖ୍ୟାତ ଇଂଲିଶ ଲେଖକ ଥମାସ୍ ହାର୍ଡ଼ିଙ୍କ ସହ ତାଙ୍କୁ ତୁଳନା କରି ତାଙ୍କୁ ଓଡ଼ିଶାର ଥମାସ୍ ହାର୍ଡ଼ି ବୋଲି ଅଭିହିତ କରିଥିଲେ । ଓଡ଼ିଆ ସାହିତ୍ୟକୁ ଯେଉଁକେତେଜଣ ନିଜର ଲେଖନୀ ଚାଳନା ଦ୍ବାରା ରୁଦ୍ଧିମନ୍ତ କରିଛନ୍ତି ତଥା ଓଡ଼ିଆ ଲୋକଙ୍କୁ ସ୍ବାଭିମାନ ହେବା ଶିଖାଇଥିବା ମହାନ ବରପୁତ୍ର ହେଉଛନ୍ତି ଫକୀରମୋହନ ସେନାପତି । ଫକୀରମୋହନଙ୍କୁ ମାତ୍ର ଦେଢ଼ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ଏବଂ ଏହାର ୧୪ ମାସ ପରେ ତାଙ୍କ ମାତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ତେଣୁ ତାଙ୍କ ଜେଜେମା ତାଙ୍କର ଲାଳନ ପାଳନ କରିଥିଲେ । ଫକୀରମୋହନଙ୍କ କକା ସେ ପାଠ ପଢ଼ନ୍ତୁ ବୋଲି ଚାହୁଁନଥିଲେ । ତାଙ୍କର ଖରାପା ସ୍ବାସ୍ଥ୍ୟ ଯୋଗୁଁ ସେ ଡେରିରେ ପାଠ ପଢ଼ା ଆରମ୍ଭ କରିଥିଲେ । ପାଠପଢ଼ା ଖର୍ଚ୍ଚ ବହନ କରିବା ଲାଗି ତାଙ୍କୁ ଛୋଟ ବେଳୁ କାମ କରିବାକୁ ପଡ଼ିଥିଲା ।  ଫକୀରମୋହନ ସେତେବେଳେ ମୟୁରଭଞ୍ଜ ରାଜାଙ୍କ ଦେଓ୍ବାନ ଭାବେ କାର‌୍ୟ୍ୟକରୁଥିଲେ ।ବାଲେଶ୍ବର ଜିଲ୍ଲାର ଏକ ଅତି ସାଧାରଣ ପରିବାରରେ ଫକୀରମୋହନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଲକ୍ଷ୍ମଣଚରଣ ସେନାପତି ଓ ମାତଙ୍କ ନାମଥିଲା ତୁଳସୀ ଦେବୀ ସେନାପତି । ଓଡ଼ିଆ ସାହିତ୍ୟ ଜଗତରେ ଫକୀରମୋହନଙ୍କ କୃତ ସର୍ବଦା ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇରହିବ । ତାଙ୍କର ଲେଖାଗୁଡ଼ିକ ସମାଜର ତାତ୍କାଳିକ ଅବସ୍ଥାକୁ ନେଇ ତାଙ୍କର ପରିପ୍ରକାଶ ପାଉଥିଲା । ତାଙ୍କରେ ସର୍ବଶ୍ରେଷ୍ଠ କୃତି ମଧ୍ୟରେ ‘ଛଅମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ, ଲଚ୍ଛମା ପ୍ରଭୃତି ଅନ୍ୟତମ । ଛଅମାଣ ଆଠଗୁଣ୍ଠ ଉପନ୍ୟାସରେ ସେ ସମୟର ମହାଜନି ବ୍ୟବସ୍ଥାର ଘୃଣ୍ୟ ଚିତ୍ରକୁ ଅତି ସାବଲୀଳ ଭାଷାରେ ପ୍ରସ୍ତୁତ କରିଥିଲେ ବ୍ୟାସକବି । ପରେ ଏହି ଉପନ୍ୟାସକୁ ନେଇ ଏକ ଓଡ଼ିଆ ଚଳଚିତ୍ର ପ୍ରସ୍ତୁତ ହୋଇଥିବାବେଳେ ତାହା ଆଜିବି ଓଡ଼ିଆ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନହୋଇ ରହିଛି । ପରେ ତାଙ୍କର ଅନ୍ୟ ଉପନ୍ୟାସ ଗୁଡ଼ିକୁ ଧାରବାହିକ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟବହାର କରାଯାଇଛି ଏବଂ ଲୋକପ୍ରିୟ ମଧ୍ୟ ହୋଇଛି । ସେହିପରି ତାଙ୍କର କ୍ଷୁଦ୍ର ଗଳ୍ପ ଗୁଡ଼ିକ ମଧ୍ୟ ଜନମାନସରେ ଛାପ ସୃଷ୍ଟି କରିବା ସହ ଓଡ଼ିଆ ସାହିତ୍ୟକୁ ଏକ ନୂତନ ଧାରା ପ୍ରଦାନ କରିଥିଲା । ୧୮୯୮ରେ ରେବତୀ ଗଳ୍ପ ଓଡ଼ିଶାର ଏକ ନିପଟ ମଫସଲରେ ରହୁଥିବା ଜଣେ ଝିଅ ଯିଏକି ସେତେବେଳର ରକ୍ଷଣଶୀଳ ସମାଜ ବ୍ୟବସ୍ଥା ଭିତରେ ଶିକ୍ଷାପାଇଁ ସଂଘର୍ଷ କିପରି ସଂଘର୍ଷ କରୁଛି ତାହାକୁ ଦର୍ଶାଯାଇଛି । ଏହାଛଡ଼ା ତାଙ୍କ ହାସ୍ୟରସାତ୍ମକ ଗଳ୍ପ ପେଟେଣ୍ଟ ମେଡିସିନ୍ ତାଙ୍କୁ ଜଣେ ସର୍ବମାନ୍ୟ ଲେଖକ ଭାବେ ପ୍ରତିଷ୍ଠିତ କରିଦେଇଥିଲା । ଫକୀରମୋହନ ସେନାପତି ପ୍ରଥମ ଓଡ଼ିଆ ଲେଖକ ଭାବେ ନିଜର ଜୀବନ ବୃତାନ୍ତ ‘ଆତ୍ମଜୀପବନ ଚରିତ’ ଲେଖିଥିଲେ ।ତାଙ୍କ ଲେଖା ସେତେବେଳେ ଅସ୍ତିତ୍ବ ପାଇଁ ବଙ୍ଗଳା ଭାଷା ସହ ସଂଘର୍ଷ କରୁଥିବା ଓଡ଼ିଆ ଭାଷାର ମୂଳଦୁଆକୁ ସୁଦୃଢ଼ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲା । କାରଣ ବଙ୍ଗାଳୀ ଭାଷ ସମୃଦ୍ଧ ଥିବାରୁ ସେମାନ ଓଡ଼ିଆକୁ ଏକ ଭାଷାଭାବେ ଗ୍ରହଣ କରୁନଥିଲେ । କିନ୍ତୁ ଫକୀରମୋହନଙ୍କ ଲେଖନୀଚାଳନା ଯୋଗୁଁ ଓଡ଼ିଆ ଭାଷା ଉପରେ ଲାଗିବାକୁ ଥିବା କଳାବାଦଲ ହଟିଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.