ନୟାଗଡ଼: ଷ୍ଟୁଡେଣ୍ଟ ୱେଲଫେୟାର୍ ଆସୋସିଏସନ୍, ଗୋପାଳପୁର ପକ୍ଷରୁ ପୂରୁଣା ବର୍ଷ ଅବ୍ୟବେହିତ ପୂର୍ବରୁ ଏକ ବନ୍ଧୁ ମିଳନ ଉତ୍ସବ ପାଳନ ହୋଇଯାଇଛି।ଏଥିରେ ୧୯୮୬ ମସିହା ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ୧୯୮୯ ମସିହା ମାଟ୍ରିକ ବ୍ୟାଚ୍, ଗୋପାଳପୁର ହାଇସ୍କୁଲର ଛାତ୍ରଛାତ୍ରୀ ସେମାନଙ୍କ ପରିବାର ବର୍ଗ ସହ ଯୋଗ ଦେଇଥିଲେ।ଏହି ଅବସରରେ ଏକ ୱେଲଫେୟାର୍ ଆସୋସିଏସନ୍ ଗଠନ କରାଯାଇ ଗୋପାଳପୁର ଅଞ୍ଚଳରେ ସାମାଜିକ କାର୍ଯ୍ୟ କରିବା ପାଇଁ ଶପଥ ଗ୍ରହଣ କରଯାଇଥିଲା।ଏଥିପାଇଁ ଗଠିତ କମିଟିରେ ସଭାପତି ଭାବେ ଜ୍ୟୋତିର୍ମୟୀ ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବେ ପ୍ରତାପ କୁମାର ସ୍ବାଇଁ, ସାଧାରଣ ସମ୍ପାଦକ ଭାବେ ନୀଳକଣ୍ଠ ପ୍ରଧାନ, ସଙ୍ଗଠନ ସମ୍ପାଦକ ଭାବେ ଜିତେନ୍ଦ୍ର ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ମହାପାତ୍ର ଚୟନ ହୋଇଥିଲେ।/-ଦେବଦତ୍ତ ରଥ
ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?








