ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) ରାଜ୍ୟସଭାରେ ମଧ୍ୟ ନାଗରିକତା ସଂଶୋଧନ ବିଧେୟକ (Citizenship Amendment Bill) ବହୁମତରେ ଗୃହୀତ ହୋଇଯାଇଛି।
ରାଜ୍ୟସଭାରେ ଏହି ବିଲପାଇଁ ସର୍ବମୋଟ ୨୩୦ ଭୋଟ ପଡ଼ିଥିଲା, ଯେଉଁଥିରେ ସପକ୍ଷରେ ୧୨୫ ଭୋଟ ଏବଂ ବିପକ୍ଷରେ ୧୦୫ଟି ଭୋଟ ପଡ଼ିଥିଲା। ଗୃହ ମନ୍ତ୍ରୀ ଅମିତ ଶାହା ବୁଧବାରଦିନ ନାଗରିକତା ସଂଶୋଧନ ବିଧେୟକ ଉପରେ ଚର୍ଚ୍ଚା କରିବାପାଇଁ ରାଜ୍ୟସଭାରେ କହିଛନ୍ତିଯେ, ଭାରତର ମୁସଲମାନ ଦେଶର ନାଗରିକ ଥିଲେ, ଏବଂ ବନି ରହିବେ।