Home ଓଡ଼ିଶା ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ କର୍ମଶାଳା ଓ ଗୀତାଜୟନ୍ତୀ ପାଳିତ

ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ କର୍ମଶାଳା ଓ ଗୀତାଜୟନ୍ତୀ ପାଳିତ

243

ବଡ଼ବିଲ,ତା ୧୧ ଡିସେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ କର୍ମଶାଳା ଓ ଗୀତାଜୟନ୍ତି ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରୟାସ ଗ୍ରୁପର ସମ୍ପାଦକ ଶ୍ରୀଯୁକ୍ତ ଇନ୍ଦ୍ରଦେବ ଯାଦବ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ରିଶାନ୍ତ କୁମାର ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲ, ସଂପାଦକ ଶ୍ରୀଯୁକ୍ତ ଜଗବନ୍ଧୁ କର ସଭାପତି ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତ ପରିଚୟ ପ୍ରଦାନ କରିଥିଲେ । ଗୀତାଜୟନ୍ତି ଉପଲକ୍ଷେ ଗୀତାପୂଜନ ଓ ଗୀତା ପାଠ କରାଯାଇଥିଲା । ବିଦ୍ୟାଳୟର ୪ର୍ଥ ଠରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହିତ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ଯଥା ଜି.ନ.କେ, ଓଡ଼ିଆ ସେଣ୍ଟମେରି, ମ୍ୟନୁଶୀପାଳ ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟର ଆସିଥିବା ଛାତ୍ର ଓ ଛାତ୍ରୀଙ୍କ ମୋଟ ୬୩୯ଜଣ କର୍ମଶାଳାରେ ଯୋଗ ଦେଇ ଦିବା ୧୦ ରୁ ୪ ଘଟିକା ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ । ଏଥିସହ ଯୋଗଗୁରୁ ଭଞ୍ଜ କିଶୋର ସାହୁ, ବିନୟ ମଜୁମଦାର, ନଳିନୀକାନ୍ତ ମହାନ୍ତ ୩ଟି ଗ୍ରୁପରେ ପିଲାମାନଙ୍କୁ ଥିଓରୀ ଓ ପ୍ରାଟିକାଲ ଶିକ୍ଷା ପ୍ରଦାନ କରିଥିଲେ । ଶିଶୁ ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମତାମତ ସଂଗ୍ରହ କରି ପାଠ କରାଯାଇଥିଲା । ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁମା ଗୁରୁଜୀ ଉପସ୍ଥିତ ଥିଲେ ଓ ଶେଷରେ ସହପ୍ରଧାନ ଗୁରୁମା ଶ୍ରୀମତି ରଶ୍ମି ରେଖା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.