Home ଓଡ଼ିଶା ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଧେୟକ ଗୃହୀତ ହେବାପରେ ଇସ୍ତପା ଦେଲେ ଆଇପିଏସ୍ ଅଧିକାରୀ

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଧେୟକ ଗୃହୀତ ହେବାପରେ ଇସ୍ତପା ଦେଲେ ଆଇପିଏସ୍ ଅଧିକାରୀ

1239

ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) ଲୋକସଭାରେ ଗୃହୀତ ହେବା ପରେ ରାଜ୍ୟସଭାରେ ମଧ୍ୟ ନାଗରିକତା ସଂଶୋଧନ ବିଧେୟକ (Citizenship Amendment Bill) ବହୁମତରେ ଗୃହୀତ ହୋଇଯାଇଛି।

ରାଜ୍ୟସଭାରେ ଏହି ବିଲପାଇଁ ସର୍ବମୋଟ ୨୩୦ ଭୋଟ ପଡ଼ିଥିଲା, ଯେଉଁଥିରେ ସପକ୍ଷରେ ୧୨୫ ଭୋଟ ଏବଂ ବିପକ୍ଷରେ ୧୦୫ଟି ଭୋଟ ପଡ଼ିଥିଲା। ଗୃହ ମନ୍ତ୍ରୀ ଅମିତ ଶାହା ବୁଧବାରଦିନ ନାଗରିକତା ସଂଶୋଧନ ବିଧେୟକ ଉପରେ ଚର୍ଚ୍ଚା କରିବାପାଇଁ ରାଜ୍ୟସଭାରେ କହିଛନ୍ତିଯେ, ଭାରତର ମୁସଲମାନ ଦେଶର ନାଗରିକ ଥିଲେ, ଏବଂ ବନି ରହିବେ।

କିନ୍ତୁ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଧେୟକ ଗୃହୀତ ହେବାପରେ ଆଇପିଏସ ଅଧିକାରୀ ଅବ୍ଦୁର ରହମାନ ଟ୍ଵିଟ କରି କହିଛନ୍ତି କି ନାଗରିକତା ସଂଶୋଧନ ବିଧେୟକ ୨୦୧୯ ସଂବିଧାନର ମୂଳ ବିଶେଷତାର ବିରୁଦ୍ଧ ଅଟେ। ମୁଁ ଏହି ବିଧେୟକର ନିନ୍ଦା କରୁଛି। ମୁଁ କାଲିଠାରୁ କାର୍ଯ୍ୟାଳୟରେ ଉପସ୍ଥିତ ନ ହେବା ପାଇଁ ନିଷ୍ପତି ନେଇଛି। ମୁଁ ଶେଷରେ ସେବା ଛାଡ଼ୁଛି।

ଅବ୍ଦୁର ରହମାନ ଆଗକୁ ଲେଖିଛନ୍ତି, “ଏହି ବିଧେୟକ ଭାରତର ଧାର୍ମିକ ବହୁଳବାଦ ବିରୁଦ୍ଧରେ ଅଟେ। ମୁଁ ସମସ୍ତ ନ୍ୟାୟପ୍ରିୟ ଲୋକମାନଙ୍କୁ ଅନୁରୋଧ କରୁଛି କି ସେମାନେ ଲୋକତାନ୍ତ୍ରିକ ଭାବରେ ଏହି ବିଧେୟକର ବିରୋଧ କରନ୍ତୁ। ଏହା ସଂବିଧାନର ମୂଳ ବିଶେଷତ୍ୱ ବିରୁଦ୍ଧ ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.