Home ଓଡ଼ିଶା ଇଚ୍ଛାଶକ୍ତି ବଳରେ ଓଡିଶାର ହଜାର ବର୍ଷ ପୂର୍ବର ସମ୍ପନ୍ନତାକୁ ଫେରାଇ ଅଣିବାର କ୍ଷମତା ରଖିଛି ଯୁବିପିଢି...

ଇଚ୍ଛାଶକ୍ତି ବଳରେ ଓଡିଶାର ହଜାର ବର୍ଷ ପୂର୍ବର ସମ୍ପନ୍ନତାକୁ ଫେରାଇ ଅଣିବାର କ୍ଷମତା ରଖିଛି ଯୁବିପିଢି – ଧର୍ମେନ୍ଦ୍ର ପ୍ରଧାନ

281

ନୀଳାଚଳ ପଲିଟେକ୍ନିକର ୨୩ତମ ପ୍ରତିଷ୍ଠା ସମାରୋହରେ କେନ୍ଦ୍ରମନ୍ତ୍ରୀ
– ଏକବିଂଶ ଶତାବ୍ଦିରେ ନୂଆ ଅର୍ଥନୈତିକ ଢାଂଚାର କେନ୍ଦ୍ରବିନ୍ଦୁ ହେବ ନୀଳାଚଳ ପଲିଟେକନିକ୍
– ରାଜ୍ୟ ତଥା ଦେଶକୁ ଗଢି ତୋଳିବାରେ ଏହି ଶିକ୍ଷାନୁଷ୍ଠାନର ଯୋଗଦାନ ଅତୁଳନୀୟ
– ସାର୍ଟିଫିକେଟ୍ ପାଇଁ ପାଠ ନପଢି ରୁଚି ଅନୁଯାୟୀ ବିଦ୍ୟା ଅଧ୍ୟୟନ କରିବା ଦରକାର
– ସ୍ୱର୍ଗତ ଏଲପିଜେ ଅବଦୁଲ କଲାମ, ଧର୍ମପଦ ଓ ଶହୀଦ ବାଜି ରାଉତଙ୍କ ଉଦାହରଣ ଦେଲେ
– ନୀଳାଚଳ ପଲିଟେକନିକର ନୂଆ ୱେବସାଇଟ୍ ଉନ୍ମୋଚିତ

ଭୁବନେଶ୍ୱର, ନଭେମ୍ବର ୧୬ (ଓଡ଼ିଆ ପୁଅ) – ଓଡିଆ ଯୁବକମାନେ ଯେବେ ନିଜ ଇଚ୍ଛା ଅନୁସାରେ ରାଜ୍ୟରେ ସମ୍ପନ୍ନତା ଆଣିବାର ନିଷ୍ପତି ନେବେ ତଥା ନିଜେ ମାଲିକ ହେବାର ପ୍ରତିଜ୍ଞା କରିବେ ସେବେ ପୁନର୍ବାର ଓଡିଶାର ୧ ହଜାର ବର୍ଷ ପୂର୍ବର ସମ୍ପନ୍ନତାକୁ ଫେରାଇ ଅଣାଯାଇପାରିବ ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକର ୨୩ତମ ପ୍ରତିଷ୍ଠା ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନ୍ୟ ରାଜ୍ୟର ଲୋକମାନେ ଓଡିଶାର ସମ୍ପନ୍ନତା ଆଣିପାରିବେ ନାହିଁ। ବିଶେଷ ଭାବରେ ଯୁବପିଢିଙ୍କୁ ଓଡିଶାର ସମ୍ପନ୍ନତା ଆଣିବାକୁ ଉଦ୍ୟମ କରିବା ପାଇଁ ପଡିବ। ନୀଳାଚଳ ପଲିଟେକନିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଓଡିଶାକୁ ସମ୍ମନ୍ନତା ଆଣିବାରେ ଆଗରେ ରହିବେ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ରୋଜଗାର, ପାଠପଢା ବ୍ୟତିତ ଏ ଗୌରବଶାଳୀ ରାଜ୍ୟ ଓଡିଶାକୁ ଆଗକୁ ନେବାର ଆବଶ୍ୟକତା ରହିଛି। ସେହିପରି ଓଡିଶାରେ ବିଗତ ଦୁଇ ଦଶନ୍ଧି ଧରି ନୀଳାଚଳ ପଲିଟେକନିକ ଏକ ଶିକ୍ଷା ଅନୁଷ୍ଠାନ ଭାବେ ଲକ୍ଷ ଲକ୍ଷ ପିଲାଙ୍କୁ ବୈଷୟିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି। ରାଜ୍ୟ ତଥା ଦେଶକୁ ଗଢି ତୋଳିବାରେ ଏହି ଶିକ୍ଷାନୁଷ୍ଠାନର ଯୋଗଦାନ ଅତୁଳନୀୟ। ଏହି ଶିକ୍ଷାନୁଷ୍ଠାନ ଦୁନିଆକୁ ପରିବର୍ତ୍ତନର କ୍ଷମତା ରଖିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଶହୀଦ ବାଜି ରାଉତ ହଜାର ହଜାର ଲୋକଙ୍କ ଜୀବନକୁ ରକ୍ଷା କରିବାକୁ ଯାଇ ଇଂରେଜ ମାନଙ୍କ ଠାରୁ ଗୁଳି ଖାଇଥିଲା। ସେହିପରି ଧର୍ମପଦ୧୨ଶହ କାରିଗରଙ୍କ ଜୀବନ ବଂଚାଇ ସମୁଦ୍ରରେ ମୁଣ୍ଡି ମାରିଥିଲା। ଯେଉଁ ରାଜ୍ୟରେ ଏଭଳି ସାହସୀ ପିଲା ଥିଲେ, ସେହି ମର୍ମରେ ଏକବିଂଶ ଶତାବ୍ଦିରେ ପୃଥିବୀରେ ଯେଉଁ ନୂଆ ଅର୍ଥନୈତିକ ଢାଂଚା ହେବ, ତାର କେନ୍ଦ୍ରବିନ୍ଦୁ ନୀଳାଚଳ ପଲିଟେକନିକ୍ ହେବ ବୋଲି ସେ କହିଛନ୍ତି।

ସେହିପରି ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ସମ୍ବଦ୍ଧନ କରି କହିଛନ୍ତି ଯେ ନିଜ ନିଷ୍ପତିର ମାଲିକ ନିିଜେ ହେବା ଉଚିତ୍। ନିଜର ଇଚ୍ଛା ଅନୁଯାଇ କ୍ୟାରିୟର କରିବା ଦରକାର। କେବଳ ସାର୍ଟିଫିକେଟ୍ ପାଇଁ ପାଠ ନପଢି ରୁଚି ଓ ଇଚ୍ଛା ଅନୁଯାୟୀ ବିଦ୍ୟା ଅଧ୍ୟୟନ କରିବା ଦରକାର। ଦାରିଦ୍ର୍ୟତାରୁ ମୁକ୍ତି ପାଇଁ ବିଦ୍ୟା ଅଧ୍ୟୟନ କରିବା ଦରକାର। ଏହାର ଉଦାହରଣ ଦେବାକୁ ଯାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱର୍ଗତ ଏପିଜେ ଅବୁଦଲ କଲାମ କେବଳ କାର୍ଯ୍ୟ ପାଇଁ ନୁହେଁ ନିଜ ଇଚ୍ଛା ଓ ଋଚି ପାଇଁ ଭାରତକୁ ଗୌରବାନ୍ୱିତ କରି ପାରିଥିଲେ। ତାଙ୍କର ଇଚ୍ଛା ହେବାର ଦୂରଦଷ୍ଟି ତାଙ୍କର ରାଷ୍ଟ୍ରପତି ପଦକୁ ଅଧିକ ମର୍ଯ୍ୟାଦା ପ୍ରଦାନ କରିଥିଲା। ଏହି ପରିପ୍ରେକ୍ଷୀରେ ସମାଜର ନୂଆପିଢି ଯେବେ ତାର ସ୍ୱାଭିମାନକୁ ଆଧାର କରିବ ତଥା ଲକ୍ଷ୍ୟ ପାଇଁ ଦୃଷ୍ଟି ରଖିବ ତେବେ ଯାଇ ତାର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି। ଉଲ୍ଲେଖନୀୟ ଯେ, ଆଜିର କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ନୀଳାଚଳ ପଲିଟେକନିକର ନୂଆ ୱେବସାଇଟ୍ ଉନ୍ମୋଚନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.