Home କେନ୍ଦୁଝର ବଡ଼ବିଲରେ ଜାତୀୟ ପ୍ରେସ ଦିବସ, କ୍ଲବ୍ ତରଫରୁ ଜାତୀୟସ୍ତରର ମହିଳା କ୍ରିକେଟ ଖେଳାଳି ଓ ଖବରକାଗଜ...

ବଡ଼ବିଲରେ ଜାତୀୟ ପ୍ରେସ ଦିବସ, କ୍ଲବ୍ ତରଫରୁ ଜାତୀୟସ୍ତରର ମହିଳା କ୍ରିକେଟ ଖେଳାଳି ଓ ଖବରକାଗଜ ବିତରକଙ୍କୁ ସମ୍ମାନିତ

85

ବଡ଼ବିଲ,ତା ୧୭ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ପ୍ରେସ୍ କ୍ଲବ୍ ତରଫରୁ ଜାତୀୟ ପ୍ରେସ୍ ଦିବସ ମହାସମାରୋହରେ ପାଳିତ ହୋଯାଇଛି । ସ୍ଥାନୀୟ ଲକି ଇଣ୍ଡିଆ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ଼ଃ ତୁଳସୀ ମୁଣ୍ଡା ଯୋଗଦେଇ ସମାଜ ଗଠନ ଦିଗରେ ଓ ସତ୍ୟ ଖବରକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଗଡପଳାଶୁଣି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସାହାଣୀ ତାଙ୍କର ବକ୍ତବ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିର୍ଭୀକ ହୋଇ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆଦିବାସୀ ବିକାଶ ସମିତିର ସଭାପତି ଦମୟନ୍ତୀ ଖଟୁଆ ସାମଲ ଯୋଗଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବଡ଼ବିଲ ପ୍ରେସ କ୍ଲବ ତରଫରୁ ବଲାଣି ଅଞ୍ଚଳର ୪ଜଣ ଉଦୀୟମାନ ମହିଳା କ୍ରିକେଟ୍ ଖେଳାଳି ଓ ତାଙ୍କର କୋଚଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରକାଶ ଥାଉକି ଏହି ଖେଳାଳିମାନେ ଜାତୀୟ ସ୍ତରରେ ଓଡିଶା ଓ ଝାଡଖଣ୍ଡ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଆର୍ଥିକ ସ୍ଥିତି ସେମାନଙ୍କୁ ଉପଯୁକ୍ତ ତାଲିମ ପାଇବାରେ ଅନ୍ତରାୟ ସୃଷ୍ଟି କରୁଛି । ବଡ଼ବିଲ ପ୍ରେସ୍ କ୍ଲବର ସଭାପତି ସୁବୋଧ ଦାସ କ୍ଲବ୍ ତରଫରୁ ଏହି ଖେଳାଳିମାନଙ୍କୁ କିଟ ଯୋଗାଇଦେବାକୁ ଘୋଷଣା କରିଥିଲେ । କ୍ଲବର ସମ୍ପାଦକ ଶାନ୍ତନୁ ଦାଶଙ୍କ ଆହ୍ୱାନ କ୍ରମେ ଆଦିବାସୀ ବିକାଶ ସମିତିର ସଭାପତି ଏହି ଝିଅମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.