Home ଓଡ଼ିଶା ପୂଜା ପାଇଁ ଗଡ଼ିବ ୩୯ ଟି ସ୍ୱତନ୍ତ୍ର ଟ୍ରେନ – ରେଳବାଇ ବୋର୍ଡର ମଞ୍ଜୁରୀ, ଜାଣନ୍ତୁ...

ପୂଜା ପାଇଁ ଗଡ଼ିବ ୩୯ ଟି ସ୍ୱତନ୍ତ୍ର ଟ୍ରେନ – ରେଳବାଇ ବୋର୍ଡର ମଞ୍ଜୁରୀ, ଜାଣନ୍ତୁ ଓଡ଼ିଶାରୁ ଏହି ଟ୍ରେନ

130

ନୂଆ ଦିଲ୍ଲୀ ୭-୧୦ (ଓଡ଼ିଆ ପୁଅ) ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ୩୯ ଟି ନୂତନ ସ୍ୱତନ୍ତ୍ର ଟ୍ରେନର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଏସି ଟ୍ରେନ୍, ଏକ୍ସପ୍ରେସ, ଦୁରୋନ୍ତୋ, ରାଜଧାନୀ ଏବଂ ଶତାବ୍ଦୀ ଏକ୍ସପ୍ରେସ ଅନ୍ତର୍ଭୁକ୍ତ। ଟ୍ରେନ୍ ଗୁଡ଼ିକ କେବେ ଆରମ୍ଭ ହେବ ତାହାର ତାରିଖ ଶୀଘ୍ର ଘୋଷଣା କରାଯିବ।

ରେଳ ମନ୍ତ୍ରଣାଳୟ କହିଛି ଯେ, ଉତ୍ସବକୁ ଦୃଷ୍ଟିରେ ରଖି ବିଭିନ୍ନ ଜୋନ୍ ରେ ନୂତନ ଟ୍ରେନ୍ ଚଳାଇବାକୁ ମଞ୍ଜୁରୀ ମିଳିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳର ତାରିଖ ଉପରେ ବିଚାର କରାଯିବ। ଖୁବ୍ ଶୀଘ୍ର ଏହା ଘୋଷଣା ହେବ।

ନିକଟରେ ରେଳ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଥିଲେ ଯେ ଅକ୍ଟୋବର ୧୫ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଉତ୍ସବ ସମୟରେ ଭାରତୀୟ ରେଳବାଇ ୨୦୦ ରୁ ଅଧିକ ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଏହି ଟ୍ରେନର ତାଲିକା ଧୀରେ ଧୀରେ ପ୍ରକାଶ ପାଇବ।

୩୯ ଟି ସ୍ୱତନ୍ତ୍ର ଟ୍ରେନ୍ ର ତାଲିକା

୧- ଲୋକମାନ୍ୟ ତିଲକ ଟର୍ମିନସ୍-ହରିଦ୍ୱାର ଏସି ଏକ୍ସପ୍ରେସ (୧୨୧୭୧/୧୨୧୭୨) – ଏହା ସପ୍ତାହରେ ଦୁଇ ଦିନ ଚାଲିବ।

୨- ଲୋକମାନ୍ୟ ତିଲକ ଟର୍ମିନସ୍-ଲକ୍ଷ୍ନୌ ଏସି ଏକ୍ସପ୍ରେସ (୨୨୧୨୧/୨୨୧୨୨) – ଏହା ସପ୍ତାହରେ ଥରେ ଚାଲିବ।

୩- ଅଜନି-ପୁଣେ ଏସି ଏକ୍ସପ୍ରେସ (୨୨୧୨୩/୨୨୧୨୪) – ଏହା ସପ୍ତାହରେ ଥରେ ଚାଲିବ।

୪- ନାଗପୁର-ଅମୃତସର ଏସି ଏକ୍ସପ୍ରେସ (୨୨୧୨୫/୨୨୧୨୬) – ଏହା ସପ୍ତାହରେ ଥରେ ଚାଲିବ।

୫- କାମାକ୍ଷା-ଲୋକମାନ୍ୟ ତିଲକ ଟର୍ମିନସ୍ ଏସି ଏକ୍ସପ୍ରେସ (୧୨୫୧୯/୧୨୫୨୦) – ଏହା ସପ୍ତାହରେ ଥରେ ଚାଲିବ।

୬- କାମାକ୍ଷା-ୟଶୋୱନ୍ତପୁର ଏସି ଏକ୍ସପ୍ରେସ (୧୨୫୫୧/୧୨୫୫୨) – ଏହା ସପ୍ତାହରେ ଥରେ ଚାଲିବ।

୭- ନିଜାମୁଦ୍ଦିନ-ପୁଣେ ଏସି ଏକ୍ସପ୍ରେସ (୧୨୪୯୩/୧୨୪୯୪) – ଏହା ସପ୍ତାହରେ ଥରେ ଚାଲିବ।

୮- ଆନନ୍ଦ ବିହାର-ନାହରଲାଗୁନ୍ ଏସି ଏକ୍ସପ୍ରେସ (୨୨୪୧୧/୨୨୪୧୨) – ଏହା ସପ୍ତାହରେ ଥରେ ଚାଲିବ।

୯- ନୂଆଦିଲ୍ଲୀ-କଟ୍ରା ଏସି ଏକ୍ସପ୍ରେସ (୨୨୪୬୧/୨୨୪୬୨) – ଏହା ପ୍ରତିଦିନ ଚାଲିବ।

୧୦- ବାଡମର୍-ୟଶୱନ୍ତପୁର ଏସି ଏକ୍ସପ୍ରେସ (୧୪୮୦୫/୧୪୮୦୬) – ଏହା ସପ୍ତାହରେ ଥରେ ଚାଲିବ।

୧୧- ସେକନ୍ଦରାବାଦ-ଶାଲିମର ଏସି ଏକ୍ସପ୍ରେସ (୧୨୭୭୩/୧୨୭୭୪) – ଏହା ସପ୍ତାହରେ ଥରେ ଚାଲିବ।

୧୨- ଲିଙ୍ଗମ୍ପାଲୀ-କାକିନାଡା ଟାଉନ୍ ଏସି ଏକ୍ସପ୍ରେସ (୧୨୭୭୫/୧୨୭୭୬) – ଏହା ସପ୍ତାହରେ ତିନି ଦିନ ଚାଲିବ।

୧୩- ସେକନ୍ଦରାବାଦ-ବିଶାଖାପାଟନମ୍ ଏସି ଏକ୍ସପ୍ରେସ (୧୨୭୮୩/୧୨୭୮୪) – ଏହା ସପ୍ତାହରେ ଥରେ ଚାଲିବ।

୧୪- ସନ୍ତ୍ରାଗାଛି-ଚେନ୍ନାଇ ଏସି ଏକ୍ସପ୍ରେସ (୨୨୮୦୭/୨୨୮୦୮) – ଏହା ସପ୍ତାହରେ ଦୁଇ ଦିନ ଚାଲିବ।

୧୫- ହାୱଡ଼ା-ୟଶୋୱନ୍ତପୁର ଏସି ଏକ୍ସପ୍ରେସ (୨୨୮୬୩/୨୨୮୬୪) – ଏହା ସପ୍ତାହରେ ଥରେ ଚାଲିବ।

୧୬- ଚେନ୍ନାଇ-ମଦୁରାଇ ଏସି ଏକ୍ସପ୍ରେସ (୨୦୬୦୧/୨୦୬୦୨) – ଏହା ସପ୍ତାହରେ ତିନି ଦିନ ଚାଲିବ।

୧୭- ବାନ୍ଦ୍ରା-ଭୁଜ୍ ଏସି ଏକ୍ସପ୍ରେସ (୨୨୯୦୩/୨୨୯୦୪) – ଏହା ସପ୍ତାହରେ ତିନି ଦିନ ଚାଲିବ।

୧୮- ଭୁବନେଶ୍ୱର-ଆନନ୍ଦ ବିହାର ଏସି ଏକ୍ସପ୍ରେସ (୨୨୮୦୫/୨୨୮୦୬) – ଏହା ସପ୍ତାହରେ ଥରେ ଚାଲିବ।

୧୯- ଭୁବନେଶ୍ୱର-ନୂଆଦିଲ୍ଲୀ ଏସି ଦୁରନ୍ତୋ (୧୨୨୮୧/୧୨୨୮୨) – ଏହା ସପ୍ତାହରେ ଥରେ ଚାଲିବ।

୨୦- ନିଜାମୁଦ୍ଦିନ-ପୁଣେ ଏସି ଦୁରୋନ୍ତୋ (୧୨୨୬୩/୧୨୨୬୪) – ଏହା ସପ୍ତାହରେ ଦୁଇଥର ଚାଲିବ।

୨୧- ହାୱଡ଼ା-ପୁଣେ ଏସି ଦୁରୋନ୍ତୋ (୧୨୨୨୧/୧୨୨୨୨) – ଏହା ସପ୍ତାହରେ ଦୁଇଥର ଚାଲିବ।

୨୨- ଚେନ୍ନାଇ – ନିଜାମୁଦ୍ଦିନ ଏସି ଦୁରୋନ୍ତୋ (୧୨୨୬୯/୧୨୨୭୦) – ଏହା ସପ୍ତାହରେ ଦୁଇଥର ଚାଲିବ।

୨୩-ଦିବ୍ରୁଗଡ଼-ନୂଆ ଦିଲ୍ଲୀ ରାଜଧାନୀ (୨୦୫୦୩/୨୦୫୦୪) – ଏହା ସପ୍ତାହରେ ଥରେ ଚାଲିବ।

୨୪- ଦିବ୍ରୁଗଡ଼-ନୂଆଦିଲ୍ଲୀ ରାଜଧାନୀ (୨୦୫୦୫/୨୦୫୦୬) – ଏହା ସପ୍ତାହରେ ଦୁଇଥର ଚାଲିବ।

୨୫- ମୁମ୍ବାଇ ସେଣ୍ଟ୍ରାଲ୍-ନିଜାମୁଦ୍ଦିନ ରାଜଧାନୀ (୧୨୯୫୩/୧୨୯୫୪) – ଏହା ପ୍ରତିଦିନ ଚାଲିବ।

୨୬- ବାନ୍ଦ୍ରା-ନିଜାମୁଦ୍ଦିନ ୟୁବା ଏକ୍ସପ୍ରେସ (୧୨୨୪୭/୧୨୨୪୮) – ଏହା ସପ୍ତାହରେ ଥରେ ଚାଲିବ।

୨୭- ବେଙ୍ଗାଲୁରୁ-ଚେନ୍ନାଇ ଶତାବ୍ଦୀ (୧୨୦୨୮/୧୨୦୨୭) – ଏହା ମଙ୍ଗଳବାର ବ୍ୟତୀତ ପ୍ରତିଦିନ ଚାଲିବ।

୨୮- ମୁମ୍ବାଇ ସେଣ୍ଟ୍ରାଲ୍-ଅହମ୍ମଦାବାଦ ଶତାବ୍ଦୀ (୧୨୦୦୯/୧୨୦୧୦) – ରବିବାର ବ୍ୟତୀତ ଏହା ପ୍ରତିଦିନ ଚାଲିବ।

୨୯- ଚେନ୍ନାଇ-କୋଏମ୍ବାଟୁର ଶତାବ୍ଦୀ (୧୨୨୪୩/୧୨୨୪୪) – ମଙ୍ଗଳବାର ବ୍ୟତୀତ ଏହା ପ୍ରତିଦିନ ଚାଲିବ।

୩୦- ନୂଆଦିଲ୍ଲୀ-ହବିବଗଞ୍ଜ ଶତାବ୍ଦୀ (୧୨୦୦୧/୧୨୦୦୨) – ଏହା ପ୍ରତିଦିନ ଚାଲିବ।

୩୧- ନୂଆଦିଲ୍ଲୀ ଅମୃତସର ଶତାବ୍ଦୀ (୧୨୦୧୧/୧୨୧୨) – ଏହା ପ୍ରତିଦିନ ଚାଲିବ।

୩୨- ନୂଆଦିଲ୍ଲୀ-ଡେରାଡୁନ୍ ଶତାବ୍ଦୀ (୧୨୦୧୭/୧୨୦୧୮) – ଏହା ପ୍ରତିଦିନ ଚାଲିବ।

୩୩- ନୂଆଦିଲ୍ଲୀ-ଅମୃତସର ଶତାବ୍ଦୀ (୧୨୦୨୯/୧୨୦୩୦) – ଗୁରୁବାର ବ୍ୟତୀତ ଏହା ପ୍ରତିଦିନ ଚାଲିବ।

୩୪- ହାୱ୍ରା-ରାଞ୍ଚି ଶତାବ୍ଦୀ (୧୨୦୧୯/୧୨୦୨୦) – ଏହା ରବିବାର ବ୍ୟତୀତ ପ୍ରତିଦିନ ଚାଲିବ।

୩୫- ନୂଆଦିଲ୍ଲୀ – ଶ୍ରୀ ମାତା ବୈଷ୍ଣୋ ଦେବୀ କଟ୍ରା ବନ୍ଦେ ଭାରତ (୨୨୪୩୯/୨୨୪୪୦) – ମଙ୍ଗଳବାର ବ୍ୟତୀତ ଏହା ପ୍ରତିଦିନ ଚାଲିବ।

୩୬- ଜୟପୁର-ଦିଲ୍ଲୀ ସରାଇ ରୋହିଲା ଡବଲ୍ ଡେକର୍ (୧୨୯୮୫/୧୨୯୮୬) ଏହା ପ୍ରତିଦିନ ଚାଲିବ।

୩୭- ଅହମ୍ମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ୍ ଡବଲ୍ ଡେକର୍ (୧୨୯୩୨/୧୨୯୩୧) ଏହା ରବିବାର ବ୍ୟତୀତ ପ୍ରତିଦିନ ଚାଲିବ।

୩୮- ଚେନ୍ନାଇ-ବେଙ୍ଗାଲୁରୁ ଡବଲ୍ ଡେକର୍ (୨୨୬୨୫/୨୨୬୨୬) – ଏହା ପ୍ରତିଦିନ ଚାଲିବ।

୩୯- ବିଶାଖାପାଟନମ୍-ତିରୁପତି ଡବଲ୍ ଡେକର୍ (୨୨୭୦୭/୨୨୭୦୯) – ସପ୍ତାହରେ ତିନିଥର ଚାଲିବ।

ତେଜସ୍ ଏକ୍ସପ୍ରେସ ଅକ୍ଟୋବର ୧୭ ରୁ ଆରମ୍ଭ ହେବ।

ଅନ୍ୟପକ୍ଷରେ ଦେଶର କର୍ପୋରେଟ୍ ସେକ୍ଟର ତେଜସ୍ ଏକ୍ସପ୍ରେସର ପ୍ରଥମ ଟ୍ରେନ୍ ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଯାଉଛି। ଏହା ହେଉଛି ଦେଶର ପ୍ରଥମ ଟ୍ରେନ୍, ଯେଉଁଥିରେ ଯାତ୍ରୀମାନଙ୍କୁ ବିଳମ୍ବ ହେଲେ କ୍ଷତିପୂରଣ ଦେବାକୁ ପଡିବ। ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଅକ୍ଟୋବର ୮ ରୁ ଏହି ଟ୍ରେନ୍ ବୁକିଂ ଆରମ୍ଭ କରିବ।

ଯାତ୍ରୀମାନଙ୍କୁ ଟ୍ରେନରେ ଖାଦ୍ୟ ମଧ୍ୟ ଦିଆଯିବ। ଏହାପୂର୍ବରୁ ଲକ୍ଷ୍ନୌରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ତେଜସ୍ ଟ୍ରେନ୍ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.