Home ଓଡ଼ିଶା ତେବେ; ୨୮ କଂଗ୍ରେସୀ କାର୍ଯ୍ୟକର୍ତ୍ତା ୧୧ରେ କରିବେ ଆତ୍ମହତ୍ୟା!

ତେବେ; ୨୮ କଂଗ୍ରେସୀ କାର୍ଯ୍ୟକର୍ତ୍ତା ୧୧ରେ କରିବେ ଆତ୍ମହତ୍ୟା!

2028

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସାରିଛନ୍ତି।ଏବେ ନୂଆ ଅଧ୍ୟକ୍ଷ ଖୋଜା ଚାଲିଛି।କିନ୍ତୁ ରାହୁଲ ଗାନ୍ଧୀ ତାଙ୍କ ନିଷ୍ପତିର ପୁନଃ ବିଚାର କରନ୍ତୁ, ଏବଂ ଇସ୍ତଫା ଫେରାଇ ନିଅନ୍ତୁ ବୋଲି ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସୀ କାର୍ଯ୍ୟକର୍ତ୍ତା ଏବଂ ନେତାମାନେ ନିବେଦନ କରୁଛନ୍ତି।ରାହୁଲଙ୍କୁ ସମର୍ଥନ ଜଣାଇ ନିଜେ ଇସ୍ତଫା ଦେଉଛନ୍ତି।କିନ୍ତୁ ରାହୁଲ ଗାନ୍ଧୀ କେହି ଜଣେ ନୂତନ ଅଧ୍ୟକ୍ଷ ହେବା କଥା କହି, ତାଙ୍କ ଜିଦିରେ ସେ ଅଟଳ ଅଛନ୍ତି।

ଇଣ୍ଟରନେଟରେ ନିଆଁ ଲଗାଇଛନ୍ତି ପୂର୍ବ ଭାଜପା ମନ୍ତ୍ରୀଙ୍କ ବୋଲ୍ଡ ଏବଂ ବିଉଟିଫୁଲ ଝିଅ

କେଉଁ ନାମ ଧରି ଡାକିବି ତୁମକୁ… ଆଗକୁ କେଉଁ ଭୂମିକା ନେବେ ଶ୍ରୀଖଣ୍ଡୀ?

ବିହାର କଂଗ୍ରେସ କିନ୍ତୁ ଏକଥା ମାନିବାକୁ ନାରାଜ।ରାହୁଲ ଗାନ୍ଧୀ ହିଁ ଅଧ୍ୟକ୍ଷ ପଦରେ ରୁହନ୍ତୁ ବୋଲି ସେମାନେ ଅଡ଼ି ବସିଛନ୍ତି।ରାହୁଲ ଇସ୍ତଫା ଫେରାଇ ନ’ନେଲେ ସେମାନେ ୧୬ ଜଣ କଂଗ୍ରେସ କାର୍ଯ୍ୟକର୍ତ୍ତା ୧୧ ଜୁଲାଇରେ ଆତ୍ମହତ୍ୟା କରିବାର ଚେତାବନୀ ଦେଇଛନ୍ତି।ଏ ନେଇ ଏକ ବ୍ୟାନର ଏବେ ମରାଯାଇଛି।ଏହା ପୂର୍ବରୁ ଏହି ପରି ଆଉ ଏକ ବ୍ୟାନର ଦେଖିବାକୁ ମିଳିଥିଲା ଯେଉଁଥିରେ ଡଜେନେ କଂଗ୍ରେସୀ କାର୍ଯ୍ୟକର୍ତ୍ତା ସେହି ୧୧ ତାରିଖରେ ଆତ୍ମହତ୍ୟା କରିବା ଧମକ ଦେଇ ବ୍ୟାନର ମାରିଥିଲେ।ଏହା ପୂର୍ବରୁ ବିହାର କଂଗ୍ରେସର କାର୍ଯ୍ୟକର୍ତ୍ତା ସାମୂହିକ ଭାବରେ ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ଫେରାଇ ନେବା ପାଇଁ ରକ୍ତରେ ଚିଠି ଲେଖିଥିଲେ।//ଦେବଦତ୍ତ ରଥ

ଜଣେ କଠୋର; ଜଣେ କୋମଳ: କିନ୍ତୁ, ତା’ର ପରିଣାମ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.