Home ଓଡ଼ିଶା ଜାମ୍ମୁ କାଶ୍ମୀର ଆତଙ୍କୀ ଆକ୍ରମଣରେ ୨ CRPF ଯବାନ ଏବଂ ଜଣେ SPO ସହିଦ୍

ଜାମ୍ମୁ କାଶ୍ମୀର ଆତଙ୍କୀ ଆକ୍ରମଣରେ ୨ CRPF ଯବାନ ଏବଂ ଜଣେ SPO ସହିଦ୍

85
File Photo

ଶ୍ରୀନଗର, ଅଗଷ୍ଟ ୧୭ (ଓଡିଆ ପୁଅ) ସୋମବାର ବାରାମୁଲ୍ଲା ଜିଲ୍ଲାର ସୁରକ୍ଷା ବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଏବଂ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଏସପିଓଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି।

ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲାର କ୍ରେରି ଅଞ୍ଚଳରେ CRPF ଏବଂ ପୋଲିସର ମିଳିତ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଥିବାରୁ ଅନ୍ୟ ଦୁଇଜଣ ସିଆରପିଏଫ୍ ଯବାନ ଆତଙ୍କୀଙ୍କ ଗୁଳିରେ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସର ସୂଚନାନୁସାରେ, ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି।

ଗତ ତିନି ଦିନ ମଧ୍ୟରେ କାଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଏହା ଦ୍ୱିତୀୟ ଆକ୍ରମଣ। ଅଗଷ୍ଟ ୧୪ ରେ ସମାନ ଆକ୍ରମଣରେ ଶ୍ରୀନଗରର ନୋଭଗାମ ଅଞ୍ଚଳରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.