Home ଆମ ପର୍ବ ପର୍ବାଣୀ ନୟାଗଡ଼ରେ ଶ୍ରୀ ଶ୍ରୀ ଲକ୍ଷ୍ମୀମା’ଙ୍କର ଶ୍ରବଣ ପରିକ୍ରମା ଉଦ୍‌ଯାପିତ

ନୟାଗଡ଼ରେ ଶ୍ରୀ ଶ୍ରୀ ଲକ୍ଷ୍ମୀମା’ଙ୍କର ଶ୍ରବଣ ପରିକ୍ରମା ଉଦ୍‌ଯାପିତ

333

ନୟାଗଡ଼, ୧୭ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଥିବା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତ୍‌ସଙ୍ଗ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିବା ଶ୍ରୀ ଶ୍ରୀ ଲକ୍ଷ୍ମୀ ମା’ଙ୍କର ଜନ୍ମମାସର ଶ୍ରବଣ ପରିକ୍ରମା ଉଦ୍‌ଯାପିତ ହୋଇଯାଇଛି। ମହାମାରୀ କଟକଣା ହେତୁ ମିଳିତ ସତ୍‌ସଙ୍ଗ ଏକାଠି ନହୋଇ ଭିଡିଓ କନଫେରେନ୍ସି ଗୁଗୁଲ୍ ମିଟ୍ ଆପ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଳମାସ ଧରି ଚାଲିଥିବା ଲକ୍ଷ୍ମୀ ମା’ଙ୍କର ଶ୍ରବଣ ପରିକ୍ରମାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜୟଗୁରୁ ଭକ୍ତମାନେ ସାମିଲ ହୋଇଥିଲେ। ବିଶେଷକରି ନୟାଗଡ଼ ଜିଲାର ଦଶପଲା ଓ କଂଟିଲୋ ସତ୍‌ସଙ୍ଗ ବିହାର ଆନୁକୂଲ୍ୟରେ ପ୍ରତ୍ୟେକ ଦିନ ୨ଟାରେ ଆରମ୍ଭ ହୋଇ ଅପରାହ୍ନ ୩ଟା ୩୦ରେ ଶେଷ ହେଉଥିଲା। ଓଡ଼ିଶାର ବିଭିନ୍ନ ଜିଲା ତଥା ବାହାର ରାଜ୍ୟର ଜୟଗୁରୁ ମା ଓ ଭାଇ ଓ ଶ୍ରଦ୍ଧାଳୁମାନେ ଏହି ଶ୍ରବଣ ପରିକ୍ରମା କାର୍ଯ୍ୟକ୍ରମରେ ସାମିଲ ହୋଇ ଭଜନ, କୀର୍ତ୍ତନ, ଯାଜନ କରିଥିଲେ। ଏହି ଶ୍ରବଣ ପରିକ୍ରମା ମାସେବ୍ୟାପି ଅନୁଷ୍ଠିତ ହୋଇଥିବାବେଳେ ଦାମୋଦର ସାହୁ, ବସନ୍ତ ସାହୁ, ମନୋଜ ରାଉତ, ସୁରଜିତ ଶତପଥୀ, ଦୈତାରୀ ମୁଦୁଲି, ପ୍ରତୁଳ ଚନ୍ଦ୍ର ଦାସ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଋତିକମାନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କର ଭକ୍ତମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୋଇ ବିଭୁକୃପା ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.