Home ଜିଲ୍ଲା ପରିକ୍ରମା ଅନଲାଇନ୍ ଜେଣ୍ଡର ଚାମ୍ପିଅନ୍ କୋର୍ସ ସମ୍ପର୍କିତ ଅଭିମୁଖୀକରଣ କାର୍ଯ୍ୟକ୍ରମ

ଅନଲାଇନ୍ ଜେଣ୍ଡର ଚାମ୍ପିଅନ୍ କୋର୍ସ ସମ୍ପର୍କିତ ଅଭିମୁଖୀକରଣ କାର୍ଯ୍ୟକ୍ରମ

1

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ସମ୍ବଲପୁରସ୍ଥିତ ‘ପତଙ୍ଗ’ ଅନୁଷ୍ଠାନର ମିଳିତ ସହଯୋଗରେ ଆଜି ମହାବିଦ୍ୟାଳୟ ପରିସରରେ ଅନଲାଇନ୍ ଜେଣ୍ଡର ଚାମ୍ପିଅନ୍ କୋର୍ସ ସମ୍ପର୍କିତ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଷ୍ଟାଫ୍ କାଉନସିଲ୍ ସମ୍ପାଦକ ଡ. ରଞ୍ଜନ କୁମାର ବେହେରା, ସହକାରୀ ପ୍ରଶାସନିକ ବର୍ସର ଡ. ସଞ୍ଜୟ କୁମାର ଦଲ ଏବଂ ଏକାଡେମିକ୍ ବର୍ସର ଡ. ବ୍ରହ୍ମାନନ୍ଦ ପଣ୍ଡା ଉପସ୍ଥିତ ରହି ଲିଙ୍ଗଗତ ସମାନତା, ନାରୀ-ପୁରୁଷଙ୍କ ସମାନ ଅଧିକାର ଓ ସମାଜରେ ଲିଙ୍ଗଗତ ଭେଦଭାବ ଦୂରୀକରଣର ଆବଶ୍ୟକତା ଉପରେ ନିଜ ନିଜର ମତାମତ ରଖିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଶ୍ରୀ ଚନ୍ଦ୍ରକାନ୍ତ ଦାସ ଯୋଗଦେଇ “ଜେଣ୍ଡର ଚାମ୍ପିଅନ୍ କୋର୍ସର’ ଉଦ୍ଦେଶ୍ୟ, ଗୁରୁତ୍ୱ, ପାଠ୍ୟକ୍ରମର ବିଭିନ୍ନ ଦିଗ ଏବଂ ଏହାର ଉପଯୋଗିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏହି କୋର୍ସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଲିଙ୍ଗଗତ ସମାନତା, ମାନବିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜେଣ୍ଡର ଚାମ୍ପିଅନ୍ କୋର୍ସର ନୋଡାଲ୍ ଅଫିସର ଡ. ଅକ୍ଷୟ କୁମାର ଦାସ ଆୟୋଜନ ଓ ସଂଯୋଜନା କରିଥିଲେ। ଶେଷରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମର ସଂଯୋଜିକା ଡ. ସ୍ୱପ୍ନା ସରିତା ମହାପାତ୍ର ନିଜର ସମାପନୀ ଅଭିଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦାନ କରିଥିଲେ। ମନୋବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମର ସୁପରିଚାଳନା, ବ୍ୟବସ୍ଥାପନା ଓ ସଫଳ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.