Home ଜିଲ୍ଲା ପରିକ୍ରମା ବିଶିଷ୍ଟ କଂଗ୍ରେସ ନେତା ଚକ୍ରଧର ଜେନାଙ୍କ ପରଲୋକ

ବିଶିଷ୍ଟ କଂଗ୍ରେସ ନେତା ଚକ୍ରଧର ଜେନାଙ୍କ ପରଲୋକ

0

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ କଟସାହି ପଂଚାୟତ ଅନ୍ତର୍ଗତ ଛତିଶନୁନ୍ଦର ଗ୍ରାମର ବିଶିଷ୍ଟ କଂଗ୍ରେସ ନେତା ଚକ୍ରଧର ଜେନା (୬୪)ଙ୍କର ପରଲୋକ ଘଟିଛି। ଗତ ୧୩ ତାରିଖରେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ସ୍ୱର୍ଗତ ଜେନା ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳ ସହ ଜଡ଼ିତ ରହି ଜଣେ ନିଷ୍ଠାପର ଓ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ସହ କଂଗ୍ରେସର ନୀତି, ଆଦର୍ଶ ଓ ବିଚାରଧାରାକୁ ଲୋକଙ୍କ ନିକଟରେ ପହଂଚାଇବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା। ନିଜ ପଂଚାୟତ ସମେତ ଆଖପାଖ ଅନ୍ୟ ପଂଚାୟତରେ ମଧ୍ୟ କଂଗ୍ରେସ ସଂଗଠନର ବିସ୍ତାର ଓ ଦଳୀୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସେ ସର୍ବଦା ଆଗରେ ରହୁଥିଲେ। ଦଳୀୟ ନେତା ଓ କର୍ମୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା। ତାଙ୍କର ଅଭିଜ୍ଞତା, ନିଷ୍ଠା ଓ ସାଂଗଠନିକ ଅବଦାନ ଧାମନଗର କଂଗ୍ରେସ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗ ଖବର ପାଇ କଂଗ୍ରେସ ନେତା ଅଭିଷେକ ରାଉତ, ବ୍ଲକ ସଭାପତି ଅରବିନ୍ଦ ନାୟକ, ସଂଗ୍ରାମ କେଶରୀ ନାୟକ, ସୁରେଶ ମହାନ୍ତି, ଅଜୟ ମହାନ୍ତି, କଲ୍ୟାଣ ଜେନା, ରାମାକାନ୍ତ ଜେନା, ବିଜୟ ମିଶ୍ର, ଶ୍ରୀକାନ୍ତ ନାୟକ, ଚକ୍ରଧର ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କ ବିୟୋଗରେ ଧାମନଗର କଂଗ୍ରେସ ସଂଗଠନର ଜଣେ ଅଭିଜ୍ଞ ଓ ନିଷ୍ଠାବାନ କର୍ମୀଙ୍କୁ ହରାଇଥିବା ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.