Home ଜିଲ୍ଲା ପରିକ୍ରମା ମୋବାଇଲ ଯୁଗରେ ଗ୍ରାମୀଣ କଳାକୁ ବଂଚାଇ ରଖିଛନ୍ତି ଯୁବକ, ମା’ ଶ୍ୟାମାକାଳୀ ଯୁବ ନାଟ୍ୟ ପରିଷଦର...

ମୋବାଇଲ ଯୁଗରେ ଗ୍ରାମୀଣ କଳାକୁ ବଂଚାଇ ରଖିଛନ୍ତି ଯୁବକ, ମା’ ଶ୍ୟାମାକାଳୀ ଯୁବ ନାଟ୍ୟ ପରିଷଦର ବାର୍ଷିକ ଉତ୍ସବ

1

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଜାହାଙ୍ଗୀର ଠାରେ ପବିତ୍ର କାଳୀପୂଜା ଅବସରରେ ‘ମା’ ଶ୍ୟାମାକାଳୀ ଯୁବ ନାଟ୍ୟ ପରିଷଦ’ ପକ୍ଷରୁ ବାର୍ଷିକ ଯାତ୍ରା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ରାତି ଧରି ଚାଲିଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବ କଳାକାର ମାନଙ୍କ ଦ୍ୱାରା ପରିବେଷିତ ମନଛୁଆଁ ନାଟକ ଦର୍ଶକମାନଙ୍କୁ ବେଶ୍ ବିମୋହିତ କରିଥିଲା। ପରିଷଦର ସଭାପତି ଅନିରୁଦ୍ଧ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ମୁଖ୍ୟ ଅତିଥି, ବିଚିତ୍ରାନନ୍ଦ ଦାସ ମୁଖ୍ୟ ବକ୍ତା ଏବଂ ସୁଶାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବର୍ତମାନ ସମାଜରେ ମୋବାଇଲ ଓ ୟୁଟ୍ୟୁବ୍ ର ପ୍ରଭାବ ବଢ଼ିଚାଲିଥିବା ବେଳେ ଗ୍ରାମାଂଚଳର ଯୁବକମାନେ ନିଜର ନିଷ୍ଠା ଓ ଉଦ୍ୟମ ବଳରେ ପାରମ୍ପରିକ ନାଟ୍ୟକଳା କୁ ଉଜ୍ଜୀବିତ କରି ରଖିଥିବାରୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ।ଏହି ଅବସରରେ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଂଚଳର ବର୍ଷୀୟାନ କଳାକାର ବିଶ୍ୱନାଥ କର, ରବିନାରାୟଣ ମିଶ୍ର, ଉମାକାନ୍ତ ରାଉତ, ଭାଗିରଥୀ ବାରିକ, ରମାକାନ୍ତ ବେହେରା ଏବଂ ଗିରିଧାରୀ ଘଡ଼ାଇ ଙ୍କୁ ପରିଷଦ ପକ୍ଷରୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସର ରେ ଉକ୍ତ ଅନୁଷ୍ଠାନ ରେ ଜେଉ ମାନେ ଯାତ୍ରା ପରିବେଷଣ କରି ପରଲୋକ ହୋଇଛନ୍ତି ସେମାନଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁବନେତା ବିରଂଚି ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଜିତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ନାଟ୍ୟ ନିର୍ଦ୍ଦେଶକ ନିରଞ୍ଜନ ପଣ୍ଡା ମଂଚ ପରିଚାଳନା କରିଥିବା ବେଳେ ଶେଷରେ ମୁକ୍ତିକାନ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.