Home ଜିଲ୍ଲା ପରିକ୍ରମା ୪ ପିଲାଙ୍କୁ ନେଇ ସ୍ୱାମୀହରା ସଂଯୁକ୍ତାର ଦହଗଞ୍ଜ ଜୀବନ, ସାହାରା ହେବ କିଏ!

୪ ପିଲାଙ୍କୁ ନେଇ ସ୍ୱାମୀହରା ସଂଯୁକ୍ତାର ଦହଗଞ୍ଜ ଜୀବନ, ସାହାରା ହେବ କିଏ!

32

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ପିତାମ୍ବର ବେହେରା(୫୧) କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିବା ପରେ ଏବେ ୪ ପିଲାଙ୍କ ସହ ବିଧବା ପତ୍ନୀ ସଂଯୁକ୍ତା ନାନା ସମସ୍ୟାରେ ଗତି କରୁଛନ୍ତି । ୧୫ ଦିନ ପୁର୍ବେ ପିତାମ୍ବର ପ୍ରଥମେ ଜ୍ୱରରେ ପିଡିତ ହୋଇ ଥିଲେ । ଜ୍ୱର ହେବାର ୮ଦିନ ପରେ ତାଙ୍କର ହାତଗୋଡ ସଂପୁର୍ଣ୍ଣ ଅଚଳ ଯାଇଥିଲା । ଉକ୍ତ ଅବସ୍ଥାକୁ ନେଇ ପରିବାର ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ୨ ଦିନ ଚିକିତ୍ସିତ ହେବା ପରେ ତାଙ୍କର ଅବସ୍ଥା ଅଧିକ ଖରାପ ଥିବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୩ ଦିନ ମେଡିସିନ୍ ୱାର୍ଡରେ ଚିକିତ୍ସିତ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ୨ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପିତାମ୍ବର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ଏବେ ବିଧବା ପତ୍ନୀ ସଂଯୁକ୍ତା ସମେତ ୩ ଝିଅ ଓ ଏକମାତ୍ର ପୁଅ ବେସାହାରା ହୋଇପଡିଛନ୍ତି । ତାଙ୍କର ଚିକିତ୍ସା ପାଇଁ ତାଙ୍କର ପତ୍ନୀ ବହୁ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଧାରକରଜ କରିଥିଲେ ମଧ୍ୟ ପିତାମ୍ବରଙ୍କୁ ବଞ୍ଚାଇ ପାରିନଥିଲେ । ଏବେ ସ୍ୱାମୀଙ୍କର ଚିକିତ୍ସା ପାଇଁ ଧାରକରଜ କରିଥିବା ଅର୍ଥର ପରିଶୋଧ ସହ ୪ ପିଲାଙ୍କ ଭାଗ୍ୟ ଆଉ ଭବିଷ୍ୟତ କୁ ନେଇ ସେ ଚିନ୍ତା ରେ ମ୍ରୀୟମାଣ ହୋଇପଡ଼ିଛନ୍ତି । ସେ ଜଣେ ଅତ୍ୟନ୍ତ ଦରିଦ୍ର ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.