Home ଜିଲ୍ଲା ପରିକ୍ରମା ଜିଲା ଛାତ୍ର ବିଜେଡି ସଭାପତିଙ୍କ ଆକ୍ରମଣ ଘଟଣା , ଭଦ୍ରକ ବିଜୁ ଯୁବ ଛାତ୍ର ଜନତା...

ଜିଲା ଛାତ୍ର ବିଜେଡି ସଭାପତିଙ୍କ ଆକ୍ରମଣ ଘଟଣା , ଭଦ୍ରକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଏସ୍‌ପିଙ୍କୁ ଦାବିପତ୍ର

35

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଛାତ୍ର ବିଜେଡି ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳଙ୍କୁ ମଂଜୁରୀରୋଡ୍ ଠାରେ ମରଣାନ୍ତକ ଆକ୍ରମଣ ଘଟଣାରେ ଜଡିତ ଥିବା ଅଭିଯୁକ୍ତମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଆଜି ଭଦ୍ରକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ନିକଟରେ ଏକ ସ୍ମାରକପତ୍ର ପ୍ରଦାନ ହୋଇଛି । ଭଦ୍ରକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜିଲା ଯୁବ ସଭାପତି ମୁକୁନ୍ଦଦେବ ସାମଲ, ରାଜ୍ୟ ବିଜେଡି ଯୁଗ୍ମ ସଂପାଦକ ରାକେଶ ପଣ୍ଡା, ରାଜ୍ୟ ଯୁବ ବିଜେଡି ସଂପାଦକ ପ୍ରନ୍ସି ରାକେଶ ନାୟକ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସଂପାଦକ ତଥାଗତ ସାମଲ, ରାଜ୍ୟ ଛାତ୍ର ବିଜେଡି ସହ ସଂପାଦକ ଭାସ୍କର ମହାଳିକ, ଯୁବନେତା ଲାଲା ଲଳିତ ନାୟକ, ଜିଲା ଯୁବ ବିଜେଡି ସଂପାଦକ ସତ୍ୟପ୍ରକାଶ ବିଶ୍ୱାଳ, ଟାଉନ୍ ଯୁବ ବିଜେଡି ଉପସଭାପତି ସେକ୍ ସାଜନ ପ୍ରମୁଖ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଉକ୍ତ ଦାବିପତ୍ର ଦେବା ସହ ଏହିଭଳି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.