Home ଜିଲ୍ଲା ପରିକ୍ରମା ଟି.ଏମ.ସି. ପାଉଣା ଦାବି; ବ୍ଲକକୁ କଂଗ୍ରେସ ଓ ବିଜେପି ସମର୍ଥିତ ସରପଞ୍ଚ ତାଲାପକାଇ କଲେ ଅଚଳ...

ଟି.ଏମ.ସି. ପାଉଣା ଦାବି; ବ୍ଲକକୁ କଂଗ୍ରେସ ଓ ବିଜେପି ସମର୍ଥିତ ସରପଞ୍ଚ ତାଲାପକାଇ କଲେ ଅଚଳ , ବିଜେଡିର ବିରୋଧ; ପ୍ରଶାସନର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

67

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବକେୟା ଟି.ଏମ.ସି. ପାଊଣା ପୈଠ ଦାବିରେ ଭଣ୍ଡାରିପୋଖରୀ ବ୍ଲକର କଂଗ୍ରେସ ଓ ବିଜେପି ସମର୍ଥିତ ସରପଞ୍ଚମାନେ ସୋମବାର ବ୍ଲକ ଫାଟକରେ ତାଲା ପକାଇ ଧାରଣାରେ ବସିଥିବା ବେଳେ ବିଜେଡି ସମର୍ଥୀତ ସରପଞ୍ଚମାନେ ଏହାକୁ ବିରୋଧ କରିଛନ୍ତି । ଏହାଦ୍ୱାରା ବ୍ଲକ କାର୍ଯ୍ୟାଳୟ ସମ୍ପୁର୍ଣ୍ଣ ଭାବେ ଅଚଳ ରହିଛି । ସରପଞ୍ଚ ଜଗବନ୍ଧୁ ଦାସ, ବିଜୟ କୁମାର ସ୍ୱାଇଁ, ବିଜୟ ଶଙ୍କର ମହାନ୍ତି, ମନୋଜ କୁମାର ନାୟକ, ସୁବାସ କାଣ୍ଡି, ପ୍ରଶାନ୍ତ କୁମାର ସାହୁ, ମଣିକାଞ୍ଚନ ସେନାପତି, କମଳ କୁମାର ନନ୍ଦ, ଜୟନ୍ତୀ ବେହେରା, କୈଳାସ ଯେନା ପ୍ରମୁଖ ସକାଳ ଦଶଟାରେ ତାଲା ପକାଇଦେବା ଫଳରେ ବିଡିଓଙ୍କ ସମେତ କୌଣସି କର୍ମଚାରୀ ବ୍ଲକ କାର୍ଯ୍ୟାଳୟକୁ ପ୍ରବେଶ କରିପାରିନଥିଲେ । ପ୍ରଥମ ଲହର କରୋନା ସଂକ୍ରମଣ କାଳରେ ସରକାରଙ୍କ ନିର୍ଦ୍ଦେଶରେ ୨୩ଟି ଯାକ ପଞ୍ଚାୟତ ଦ୍ୱାରା ପରିଚାଳିତ ୪୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଟି.ଏମ.ସି. ପାଇଁ ଖର୍ଚ୍ଚ କରାଯାଇଥିବା ଅର୍ଥ ମଧ୍ୟରୁ ବକେୟା ଥିବା ୮,୫୨୪,୪୫୩ ଟଙ୍କା ପୈଠ ପାଇଁ ଅନୁଷ୍ଠିତ ଏହି ଧରଣା ଜଟିଳ ପରିସ୍ଥିତିରେ ପହଞ୍ôଚଛି । ଅନ୍ୟପକ୍ଷରେ ବିଜେଡି ସମର୍ଥୀତ ସରପଞ୍ଚ ରିତାଞ୍ଜଳୀ ସାମଲ, ଅଲିଭା ନାୟକ, ଲକ୍ଷ୍ମୀପ୍ରିୟଦର୍ଶନୀ ଭାରତୀ, କାମିନୀ ନାୟକ, ସଙ୍ଗୀତା ଖଣ୍ଡେଇ, ସୁବାସିନୀ ରାଉତ, ପ୍ରମିଳା ସାହୁ, ରଞ୍ଜୁଲତା ସେଠୀ, ବଦ୍ରୀନାରାୟଣ ରାଉତ ଓ ସଦାଶିବ ଦାସ ପ୍ରମୁଖ ବିଡିଓଙ୍କୁ ପତ୍ର ଲେଖି ଏହି ଧାରଣାକୁ ବିରୋଧ କରିଛନ୍ତି । ଅପରାହ୍ନରେ ଅତିରିକ୍ତ ପିଡି ରାଜେନ୍ଦ୍ର ପଣ୍ଡା, ପ୍ରହ୍ଲାଦ ରଣା, ଜ୍ଞାନରଞ୍ଜନ ଜେନା, ନିର୍ବାହୀ ଯନ୍ତ୍ରୀ ଧାରଣାରତ ସରପଞ୍ଚଙ୍କ ସହ ଆଲୋଚନା ସହ ମଙ୍ଗଳବାର ଦାବି ପୂରଣ ପାଇଁ ଆଲୋଚନା କରିବାକୁ ପିଡିଙ୍କ ଚିଠି ଦେବା ପରେ ତାଲାବନ୍ଦ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.