Home କୋରାପୁଟ ୪୦୪କିଲୋ ଗଞ୍ଜେଇ ଜବତ,୮ ଗିରଫ

୪୦୪କିଲୋ ଗଞ୍ଜେଇ ଜବତ,୮ ଗିରଫ

33

କୋରାପୁଟ ୦୫-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ସୁନାବେଡା ପୋଲିସ ଓ ପାଡୁଆ ପୋଲିସ ଦ୍ୱାରା ୪୦୪ କିଲୋ ଗଞେଇ ଜବତ କରାଯାଇଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।ସୁନାବେଡା ପୋଲିସ ୧୬୨ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଚୋରା  ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ ଜଣକୁ ଗିରଫ କରା ଯାଇଛି । ସୁନାବେଡା ପୋଲିସ ଓଆର-୦୮ଇ ୭୩୦୦ ନମ୍ବର ବଲେରୋ ଓ ଓଡି-୦୨ଏ ୩୯୫୪  ନମ୍ବର ଏକ ଏଇସର ଟ୍ରକକୁ ସୁନାବେଡା-୧ ବସଷ୍ଟାଣ୍ଡରେ ଯାଂଚ କରିବା ବେଳେ ଉଭୟ ଗାଡିରୁ ୧୬୨ କିଲୋଗ୍ରାମ  ଗଞ୍ଜେଇ ପାଇଥିଲା । ପୋଲିସ ୨ଟି ଗାଡିର ଡ୍ରାଇଭର ସମେତ ମୋଟ ୬ଜଣକୁ ଗିରଫ କରିଥିବାବେଳେ ଗଞ୍ଜେଇ ସହ ୨ଟି ଗାଡି,୬ଟି ମୋବାଇଲ ଫୋନ ଜବତ କରିଥିବା ଥାନା ଅଧିକାରୀ ଭୀମସେନ ନାୟକ ସୂଚନା ଦେଇଛନ୍ତି ।ସେହିପରି ପାଡୁଆ ପୋଲିସ ୨୪୨ କେଜି ଗଞେଇ ଜବତ ସହ ଗୋଟିଏ ମଟରସାଇକେଲ ଓ ଗୋଟିଏ ପିକଅପ ଭ୍ୟାନ ଜବତ କରାଯଇଥିବା ଜଣାପଡିଛି । ଚୋରା ଗଞେଇ ଚୋରା ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.