Home କୋରାପୁଟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିସି ମାଧ୍ୟମରେ କୋଟିଆର ୯ ଟି ପ୍ରକଳ୍ପ ଲୋକାର୍ପିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିସି ମାଧ୍ୟମରେ କୋଟିଆର ୯ ଟି ପ୍ରକଳ୍ପ ଲୋକାର୍ପିତ

23

କୋରାପୁଟ ୦୫-୦୨(ଓଡିଆ ପୁଅ /ରଂଜନ ଦାସ)ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବିବାଦୀୟ ଜୋଟିଆ ଗ୍ରାମ ପଂଚାୟତବାସୀଙ୍କ  ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୧୯କୋଟି ୩୦ ଲକ୍ଷ ୪୯ ହଜାର ଟଙ୍କା ବିନିମୟରେ ନିର୍ମିତ ୯ଟି ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ୍‌  ମାଧ୍ୟମରେ ପ୍ରକଳ୍ପ ଗୁଡିକର ଉଦଘାଟନ କରିବା ସହ  ଜଣସାଧାରଣଙ୍କୁ ଏହା ଓଡିଶା ସରକାରଙ୍କ ଭେଟି ବୋଲି  ମତବ୍ୟକ୍ତି କରି କୋଟିଆ କେବଳ ଓଡିଶାର ବୋଲି ଦାବି କରିଛନ୍ତି ।କୋଟିଆକୁ ଏକ ଆଦର୍ଶ ପଂଚାୟତରେ ପରିଣତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ,କୋରାପୁଟ ବିଧାୟକ ତଥା ଡିପିସି ଚେୟାରମେନ ରଘୁରାମ ପଡାଲ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ,ବିହନ ନିଗମ ଅଧ୍ୟକ୍ଷ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗିଙ୍କ ଉପସ୍ଥିତିରେ ଜିଲ୍ଲାପାଳ ମଧୁ ସୂଦନ ମିଶ୍ରଙ୍କ  ଅଧ୍ୟକ୍ଷତାରେ କୋଟିଆ ପଂଚାୟତ କାର୍ଯ୍ୟଳୟ ସମୁଖରେ ଅନୁଷ୍ଠିତ ସମାରୋହରେ   କୋଟିଆ ପଂଚାୟତର ୨ହଜାରରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିବାବେଳେ  କୋଟିଆ ସରପଂଚ ବିଶ୍ୱନାଥ ଖୀଲ,ରଜନୀ ତାଡିଙ୍ଗୀ, ଏବଂ ମିତୁଳା ଖରା  ମୁଖ୍ୟମନ୍ତ୍ରୀଙ୍କ ସହ ନିଜ ଅଂଚଳର ସମସ୍ୟା ଉପରେ ଆଲୋଚନା କରିଥିଲେ । ଶୁକ୍ରବାର ଉଦଘାଟିତ ପ୍ରକଳ୍ପ ଗୁଡିକ ମଧ୍ୟରେ ୫୨.୫୬ ଲକ୍ଷ ଟଙ୍କାରେ ନିର୍ମିତ ୧୦ ଶଯ୍ୟା ବିଶିଷ୍ଠ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଉପକେନ୍ଦ୍ର ,୨୬.୬୪ ଲକ୍ଷ ଟଙ୍କାର  ଗୋଟିଅଏ ଡି ଟାଇପ,୫୯.୧୨ ଲକ୍ଷ ଟଙ୍କାର  ୪ଟି  ଇ- ଟାଇପ କ୍ୱାଟର ଓ ୭୦ ଲକ୍ଷ ଟଙ୍କାରେ ଏଫ ଟାଇପ କ୍ୱାଟର ରହିଛି । ସେହିପରି  କୋଟିଆରୁ ମାଡକାର ପର୍ଯ୍ୟନ୍ତ ୫ କୋଟି ୨୬ଲକ୍ଷ  ୯୬ ହଜାର ଟଙ୍କାରେ ନିର୍ମିତ ରାସ୍ତା ସମେତ  କୁନ୍ଦୁଲିରୁ  କୋଟିଆ ପର୍ଯ୍ୟନ୍ତ  ୯କୋଟି ୬୪ଲକ୍ଷ ୭୬ ହଜାର ଟଙ୍କାର ରାସ୍ତା  ଓ ୨୨ଲକ୍ଷ ଟଙ୍କାରେ ନିର୍ମିତ ଛାତ୍ରାବାସକୁ ମଧ୍ୟ ମୁଖ୍ୟମନ୍ତ୍ରୀ  ଉଦଘାଟନ କରିଛନ୍ତି ।  ଅନ୍ୟ ପକ୍ଷରେ ମାଡକାର ନାଳରେ ୫କୋଟି ୩୮ ଲକ୍ଷ ୮୯ ହଜାର ଟଙ୍କାର ପୋଲ ନିର୍ମାଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ  ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମରେ ଏସପି  ବରୁଣ ଗୁଂଟୁପାଲ୍ଲି, ପୂର୍ବତନ ସାଂସଦ ଝିନ୍ନ ହିକକା , ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ , ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ,ପୂର୍ବତନ ବିଧାୟକ ପ୍ରଫୁଲ ପାଙ୍ଗୀ,ବିଡିଓ ମୋନାଲିସା ଦେବତା ପ୍ରମୁଖ  ସମାରୋହରେ ଉପସ୍ଥିତ ଥିଲେ ।  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ  ମନୋଜ ଦାସ ଓ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.