Home କେନ୍ଦୁଝର ୧୮ରୁ ୪୪ବର୍ଷର ଲୋକଙ୍କୁ ଟୀକାକରଣ ଆରମ୍ଭ ହାଟଡିହିରେ ୧୧୩୦ଜଣଙ୍କୁ ଟୀକାଦାନ

୧୮ରୁ ୪୪ବର୍ଷର ଲୋକଙ୍କୁ ଟୀକାକରଣ ଆରମ୍ଭ ହାଟଡିହିରେ ୧୧୩୦ଜଣଙ୍କୁ ଟୀକାଦାନ

36

ହାଟଡ଼ିହି-୨୩ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଠାରୁ ୧୮ରୁ ୪୪ବର୍ଷର ଲୋକମାନଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ଆଜି ପ୍ରଥମ ଦିନରେ୮ରୁ ୪୪ବର୍ଷର ମୋଟ ୭୦୫ଜଣଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ଆଜି ବ୍ଲକର ଶାଳଣିଆଁ, ଅକରୁଆ, ଡଅଁର, ସୋସୋ ଆଦି ସ୍ଥାନ ମାନଙ୍କରେ ଟୀକାଦାନ କରାଯାଇ ମୋଟ୧୧୩୦ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି । ଶାଳଣିଆଁରେ ୨୨୧ଜଣଙ୍କୁ, ଡଅଁରରେ ୨୨୮ଜଣ, ଓରାଳିରେ ୨୩୯ଜଣ, ଅକରୁଆରେ ୨୨୦ଜଣ ଓ ସୋସୋରେ ୨୨୬ଜଣଙ୍କୁ ଟୀକା ଦିଆଯାଇଛି । ଏଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୨୫ଜଣ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଥିବାବେଳେ ୩ଜଣ ସୁପରଭାଇଜର ଓ ଗୋଟିଏ ବ୍ଲକ ଲେବୁଲ ଟିମ ଏହାର ତଦାରଖ କରିଥିଲେ । ସମସ୍ତ ୋକନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ଟୀକାକରଣ କାର୍ଯ୍ୟ କରାଯାଇ ଥିବାବେଳେ ଅନେକ ଲୋକ ଟୀକା ନପାଇ ଫେରି ଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.