Home କେନ୍ଦୁଝର ଗୋଟିଏ ଦିନରେ ୩୯ପଜେଟିଭ ଚିହ୍ନଟ

ଗୋଟିଏ ଦିନରେ ୩୯ପଜେଟିଭ ଚିହ୍ନଟ

59

ହାଟଡ଼ିହି-୨୩ / ୬ , (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଗତକାଲି ଗୋଟିଏ ଦିନରେ ୩୯ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ପଜେଟିଭ ବାହାରୁଥିଲେବି ଲୋକମାନେ ସଚେତନ ହେଉ ନାହାନ୍ତି । ଯାହାଦ୍ୱାରାକି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଗତକାଲି ରିପୋର୍ଟରେ କେବଳ ସମଣା ପଞ୍ଚାୟତର ଗୋଟିଏ ଗାଁରୁ ୨୨ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ହାଟଡିହି ପଞ୍ଚାୟତରେ ୨ଜଣ, ଅକରୁଆ ପଞ୍ଚାୟତରେ ୨ଜଣ, ଡଅଁର ପଞ୍ଚାୟତରେ ୨ଜଣ, ମରୈଗାଁ ପଞ୍ଚାୟତରେ ଜଣେ, ଷଡଙ୍ଗ ପଞ୍ଚାୟତରେ ୩ଜଣ, ଆଇତିପୁର ପଞ୍ଚାୟତରେ ଜଣେ, ଶାଳଣିଆଁ ପଞ୍ଚାୟତରେ ୩ଜଣ, ଆମ୍ବୋ ପଞ୍ଚାୟତରେ ଜଣେ ଓ ପଞ୍ଚୁଗୋଛିଆ ପଞ୍ଚାୟତରେ ୨ଜଣ ଚିହ୍ନଟ ହୋଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୫ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.