Home ଜିଲ୍ଲା ପରିକ୍ରମା ଭଦ୍ରକରେ ପୁଣି ୧୧୨ ଗ୍ରାମ ବ୍ରାଉନସୁଗାର ଜବତ, ୨ କୋର୍ଟ ଚାଲାଣ

ଭଦ୍ରକରେ ପୁଣି ୧୧୨ ଗ୍ରାମ ବ୍ରାଉନସୁଗାର ଜବତ, ୨ କୋର୍ଟ ଚାଲାଣ

32

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ କିଛିବର୍ଷ ଧରି ଭଦ୍ରକ ଜିଲାରେ ଥମୁନାହିଁ ବ୍ରାଉନସୁଗାର କାରବାର । ରାଜ୍ୟର ଏସ୍‌ଟିଏଫ୍ ଟିମ୍ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପର୍ଯ୍ୟନ୍ତ ଯେତେଥର ଚଢାଉ କରି କୋଟି କୋଟି ଟଙ୍କାର କେଜି କେଜି ଓଜନର ଏହି ଧଳାଜହର ଜବତ କରୁଥିଲେ ମଧ୍ୟ ଏହାର ଚେର ସେତେ ସେତେ ଗଭୀରକୁ ମାଡିଚାଲିଛି । ଏହି ଧଳା ଜହରର ମାଫିଆମାନଙ୍କ ମୂଳ ପେଣ୍ଠସ୍ଥଳ ପଡୋଶୀ ବାଲେଶ୍ୱର ଜିଲାର ଜଳେଶ୍ୱର ହୋଇଥିଲେ ବି ଏହାର ମୁଖ୍ୟ କାର୍ପଟଦାର ଗିରଫ ଭୟରେ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ ବି ତାହାର ପରିବାର ଓ ସହଯୋଗୀମାନେ ଉକ୍ତ ବ୍ୟବସାୟକୁ ବେଶ୍ ସୁରୁଖୁରୁରେ ଚଳାଇ ଆସୁଛନ୍ତି । ପୁଲିସ୍ ଯେତେଥର ଏଥିରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ କରୁଥିଲେ ମଧ୍ୟ ଏହାର ମୂଳତ୍‌ପାଟନ ହୋଇପାରୁନାହିଁ । ଗତ ମାସକ ମଧ୍ୟରେ ଭଦ୍ରକ ଜିଲା ପୁଲିସ୍ ବହୁ ବ୍ୟକ୍ତିଙ୍କୁ ଗିରଫ କରି ଏହି ନିଶା ଦ୍ରବ୍ୟକୁ ଜବତ କରିଆସୁଥିବାବେଳେ ଗତକାଲି ବିଳମ୍ବିତ ରାତିରେ ପୁଣି ଦୁଇଜଣ ଯୁବକଙ୍କ ଠାରୁ ୧୧୨ ଗ୍ରାମ ଓଜନର ପ୍ରାୟ ୧୧ ଲକ୍ଷ ରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗାର ଧରାପଡିଛି ।

ଏ ସଂପର୍କରେ ପୁଲିସ୍ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ସହରାଞ୍ଚଳ ଥାନା ପକ୍ଷରୁ ଏସ୍‌ଆଇ ପ୍ରଭାସିନୀ ପୁହାଣଙ୍କ ନେତୃତ୍ୱରେ କୋଭିଡ୍‌-୧୯ ଜନିତ ଲକଡାଉନ୍‌ର ଏମ୍‌ଭିଆଇ ଚେକିଂ ପାଟ୍ରୋଲିଂ ବେଳେ ସହରର ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ ମୋଟେଲଛକ ନିକଟରେ ଆଗରପଡା ଥାନା ଅଧୀନସ୍ଥ ବଡବର୍ଚ୍ଚିକୟାଁ ନିବାସୀ ଅନାଦି ଲେଙ୍କାଙ୍କ ପୁତ୍ର ଜଗବନ୍ଧୁ (୩୯) ନିଜର ସହଯୋଗୀ କାଦବରାଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ପୁତ୍ର ଇନ୍ଦ୍ରମଣି (୫୦) ଙ୍କ ସହ ଓଡ଼ି-୨୨ବି-୭୩୪୭ ନମ୍ବରର ଏକ ହିରୋହୋଣ୍ଡା ସ୍ପେ୍ଲଣ୍ଡର ମୋଟର ସାଇକେଲ୍ ସହ ଜଳେଶ୍ୱରରୁ ଭଦ୍ରକ ଆସି ପହଞ୍ôଚଥିବାବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା । ଯାଞ୍ଚ ସମୟରେ ଜଗବନ୍ଧୁ ନିକଟରୁ ୧୧୨ ଗ୍ରାମ ଓଜନର ବ୍ରାଉନ୍‌ସୁଗାର, ନଗଦ ୨ ହଜାର ଟଙ୍କା ଓ ଏକ ମୋବାଇଲ୍ ଜବତ ହୋଇଥିବାବେଳେ ଇନ୍ଦ୍ରମଣିଙ୍କ ନିକଟରୁ ବ୍ରାଉନସୁଗାର ପେକିଂରେ ବ୍ୟବହୃତ ୧୦୦ଟି ଖାଲି କାଗଜ ପୁଡିଆ, ଏକ ମୋବାଇଲ୍ ସହ ସେ ବ୍ୟବହାର କରୁଥିବା ବାଇକ୍‌ଟିକୁ ଜବତ କରିଥିଲେ । ତେବେ ତଦନ୍ତ ସମୟରେ ସେମାନେ ଜଳେଶ୍ୱରର ଜନୈକ ନିଶା ମାଫିଆଙ୍କ ନିକଟରୁ ଏହା ଆଣି ବିକ୍ରି କରିଛନ୍ତି ବୋଲି ପୁଲିସ୍‌କୁ କହିଛନ୍ତି । ପୁଲିସ୍ ଏହି ଘଟଣାରେ ସହରାଞ୍ଚଳ ଥାନାର କେଶ୍ ନଂ ୨୫୪/୨୧, ଦଫା ୨୧ (ବି) ଏନ୍‌ଡିପିଏସ୍ ଆକ୍ଟ ମୂଳେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.