Home ଜିଲ୍ଲା ପରିକ୍ରମା ହରିୟାଣାର ଲଭ ଜିହାଦ ହତ୍ୟା ଘଟଣାରେ ଭଦ୍ରକ ଏବିଭିପିର ବିକ୍ଷୋଭ

ହରିୟାଣାର ଲଭ ଜିହାଦ ହତ୍ୟା ଘଟଣାରେ ଭଦ୍ରକ ଏବିଭିପିର ବିକ୍ଷୋଭ

70

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଙ୍କିତାଙ୍କୁ ନ୍ୟାୟ ଦେବା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭଦ୍ରକ ସଙ୍ଗଠନ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଭଦ୍ରକ ଏବିଭିପି ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାରରୁ ଜଣାଯାଇଛି ହରିୟାଣାର ମହାବିଦ୍ୟାଳୟ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରାଯାଇଛି । ସବୁ ଜାଣି ମଧ୍ୟ ରାଜନୈତିକ ଦଳ ଚୁପ୍ ରହିବା ଯୋଗୁଁ ଏଭଳି ଘଟଣା ବଢିବାରେ ଲାଗିଛି ବୋଲି ସଂଗଠନ କହିଛି । ଏହାକୁ ବିରୋଧ କରି ହତ୍ୟାକାରୀଙ୍କୁ ତୁରନ୍ତ ଫାଶୀ ଦେବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି । ସଙ୍ଗଠନ ପକ୍ଷରୁ ଭଦ୍ରକ ବନ୍ତଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ହତ୍ୟାକାରୀ ଜଣେ ଜାତୀୟ ରାଜନୈତିକ ଦଳର ନେତାଙ୍କ ସଂପର୍କୀୟ ହୋଇଥିବାରୁ ଦଣ୍ଡବିଧାନରେ କୋହଳ ମନୋଭାବ ପୋଷଣ ନକରି ସିସି କ୍ୟାମେରା ଫୁଟେଜ୍ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଏବିଭିପି ଭଦ୍ରକ ନଗର ପ୍ରତିନିଧି ଜ୍ୟୋତି ପ୍ରକାଶ ସାହୁ ଦାବି କରିଛନ୍ତି । ଏହି ସଭାରେ ସତ୍ୟପ୍ରକାଶ ରାଉତ, ବିଶ୍ୱନାଥ ଲାହା, ଓଁମକାର ମହାନ୍ତି, ଦେବାଶିଷ ଲାହା, ସତ୍ୟବ୍ରତ ନାୟକ, କାହ୍ଲୁ ଲାହା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.