ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବଜାର ଶ୍ରୀରାମଦୟା ପରିଷଦ ଆନୁକୂଲ୍ୟରେ ୪୨ତମ ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଶୁଭାଧିବାସ ଦର୍ପେଶ୍ୱର ମହାଦେବ ପ୍ରାଙ୍ଗଣରେ ସୋମବାର ହୋଇଛି। ପୂଜକ ସନ୍ତୋଷ କମାର ଦାଶଙ୍କ ମନ୍ତ୍ରଧ୍ୱନୀରେ କର୍ତା ମୁରଲିଧର ଦାସ ସଙ୍କିର୍ତନ ଶୋଭାଯାତ୍ରାରେ ଜଳଘଟ ଉତୋଳନ କରିଥିଲେ। ପାରାୟଣ ସାହୁ ରାମମୋହନ ଦାସଜୀ ମହାରାଜ, ଧାରକମଣ୍ଡଳୀ, ପୁରୀ ସାନଛତା ମଠ ସାଧୁବୃନ୍ଦ ପାରାୟଣ ଶୁଭାଅଧିବାସ କରାଇଥିଲେ। ଅଜି ଠାରୁ ପ୍ରତ୍ୟେକ ସନ୍ଧ୍ୟାରେ ହନୁମାନ ଚାଳିଶା, ଭଜନ ନାମ ସଙ୍କିର୍ତନ ସହ ପ୍ରବଚନ ଅନୁଷ୍ଠିତ ହେବ। ସୋମବାର ଓ ମଙ୍ଗଳବାର ସନ୍ଥଶ୍ରୀ ଅନ୍ତର୍ଯ୍ୟାମୀ ଦାସଜୀ ମହାରାଜ, ବୁଧବାର ଓ ଗୁରୁବାର ତ୍ରିଦଣ୍ଡାସ୍ୱାମୀ ଭକ୍ତି ଗୌରବ ସଚ୍ଚିଦାନନ୍ଦ ମହାରାଜ, ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ସନ୍ଥଶ୍ରୀ ରାମମୋହନ ଦାସଜୀ ମହାରାଜ ଓ ଶେଷ ଦୁଇ ସନ୍ଧ୍ୟାରେ ଡଃ ଗୁରୁପ୍ରସାଦ ମହାପାତ୍ର ପ୍ରବଚନ ପ୍ରଦାନ କରିବେ। ନବଦିନ ବ୍ୟାପି ମଧ୍ୟାନ୍ନରେ ସାମୁହିକ ପ୍ରସାଦସେବନ ଆୟୋଜନ ହୋଇଛି ବୋଲି ପରିଷଦର କର୍ମକର୍ତା ସୂଚନା ଦେଇଛନ୍ତି।








