Home ଜିଲ୍ଲା ପରିକ୍ରମା ଲୁନାକୁ ଧକ୍କା ଦେଲା ହାଇୱା:ଜଣେ ମୃତ୍ୟୁ

ଲୁନାକୁ ଧକ୍କା ଦେଲା ହାଇୱା:ଜଣେ ମୃତ୍ୟୁ

59

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳେ ଧାମନଗର-ଦୋବଲ ରାସ୍ତାର ଦକ୍ଷିଣବାଡ ଖେଳ ପଡିଆ ନିକଟରେ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି । ପ୍ରକାଶ ଯେ ଧାମନଗର ଥାନା ସୋହଡା ପଂଚାୟତ ଷେଣ୍ଢପୁର ଗ୍ରାମର ସ୍ୱର୍ଗତ ଶମ୍ଭୁନାଥ ପରମାଣିଙ୍କ ପୁଅ ରବିନ୍ଦ୍ର ପରମାଣି (୪୦) ପରିବା ବେପାର କରି ନିଜ ପରିବାର ଭରଣ ପୋଷଣ କରିଆସୁଥିଲେ । ଆଜି ଭୋରୁ ରବିନ୍ଦ୍ର ପରିବା ଆଣିବା ପାଇଁ ଧାମନଗର ଆସିଥିଲେ । ପରିବା କିଣି ନିଜ ଲୁନାରେ ଲଦି ଘରକୁ ଫେରୁଥିବା ବେଳେ ଦକ୍ଷିଣବାଡ ଖେଳ ପଡିଆ ନିକଟରେ ତାଙ୍କ ପଛ ପଟୁ ଏକ ଚିପ୍ସ ବୋଝେଇ ହାଇୱା (ଓଆର-୧୯ଏମ-୭୧୧୨) ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳେ ରବିନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ରବିନ୍ଦ୍ରଙ୍କ ଶରୀରର ସଂପୂର୍ଣ୍ଣ ଭାବେ ରକ୍ତ ଜୁଡୁବୁଡୁ ହୋଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବରପାଇ ପୁଲିସ ଘଟଣାସ୍ଥଳେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇବା ସହିତ ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡିକୁ ଜବତ କରିଛି । ଏନେଇ ଥାନାରେ କେଶ ନଂ-୨୪୨/୨୦ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ହାଇୱା ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣା ପରେ ମୃତ ରବିନ୍ଦ୍ରଙ୍କ ସଂପର୍କିୟ ମାନେ ପହଂଚି କ୍ଷତିପୂରଣ ଦାବିରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ । ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.