Home ଜିଲ୍ଲା ପରିକ୍ରମା ସମାଜସେବୀ ପଦ୍ମନାଭଙ୍କ ପରଲୋକ

ସମାଜସେବୀ ପଦ୍ମନାଭଙ୍କ ପରଲୋକ

2

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ପଦାକଣା ଗ୍ରାମର ପରିସଂଖ୍ୟାନ ବିଭାଗର ଅବସରପ୍ରାପ୍ତ ଅଧିକାରୀ ପଦ୍ମନାଭ ଦାସ(୭୫)ଙ୍କ ହୃତଘାତରେ ପରଲୋକ ଘଟିଛି। ଖବରପାଇ ବିଜେପି ନେତା ଡ଼ଃ ସୁଧାଂଶୁ ଶେଖର ନାୟକ,ବିଜେଡ଼ି ନେତା ସେକ ଜଲାଲଉଦ୍ଦୀନ,ପଧାନପଡ଼ା ସରପଚଂ ଗଜେନ୍ଦ୍ର ସେଠୀ,ପୂର୍ବତନ ସରପଚଂ ସେକ୍ ମୁସ୍ତାକ ଅଲ୍ଲୀ,ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ,କେନ୍ଦ୍‌ୁଆପଦା ସରପଚଂ ଇଂ.ପ୍ରମୋଦ ଜେନା,ନିଳୋକ ସମିତି ସଭ୍ୟ ଉଦ୍ଧବ ସେଠୀ,ଆଇନଜୀବି ମାଧବାନନ୍ଦ ଦାସ ପ୍ରମୁଖ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପ୍ରକାଶ ଯେ ସେ କଳାହାଣ୍ଡି ଜିଲ୍ଲାରୁ ଚାକିରି ଜୀବନ ଆରମ୍ଭ କରି ଭଦ୍ରକ ଜିଲ୍ଲାରୁ ଅବସର ଗ୍ରହଣ କରିଥିଲେ। ପଚାଂୟତ ବିଜେଡ଼ି ସଂଗଠନର ମୁଖିଆ ଥିବା ବେଳେ ପାଣି ପଚାଂୟତର କୋଷାଧ୍ୟକ୍ଷ ପରି ପଦ ପଦବୀରେ ରହି ଜନ କଲ୍ୟାଣ କାର୍ଯ୍ୟ କରିଆସୁଥିଲେ। ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଂଚଳରେ ଶୋକର ଛାୟା ଖେଳିି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.