Home ଜିଲ୍ଲା ପରିକ୍ରମା ବିଷ୍ଣୁପୁର ପଂଚାୟତ କାର୍ଯ୍ୟାଳୟରେ ନୂତନ ଭତା ବିତରଣ

ବିଷ୍ଣୁପୁର ପଂଚାୟତ କାର୍ଯ୍ୟାଳୟରେ ନୂତନ ଭତା ବିତରଣ

1

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଂଚାୟତ କାର୍ଯ୍ୟାଳୟରେ ନୂତନ ଭାବେ ଅନୁମୋଦିତ ମଧୁବାବୁ ଭତା ୮୮ ଜଣ ହିତାଧିକାରୀଙ୍କୁ ମଙ୍ଗଳବାର ବିତରଣ କରାଯାଇଛି। ସରପଂଚ ଅମୂଲ୍ୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଖିଲାର, ପୂର୍ବତନ ସମିତି ସଭ୍ୟ ସୁରେଶ ସାମଲ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ବୈଦେହୀ ମୁଣ୍ଡା, ରାମଚନ୍ଦ୍ର ରାଉତ, ତପନ ପାତ୍ର ଅତିଥି ଭାବେ ଯୋଗଦେଇ ନୂତନ ଭତାଧାରୀଙ୍କୁ ମିଷ୍ଟାନ୍ନ ସହ ଭତା ବିତରଣ କରିଥିଲେ। ନୂତନ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.