Home ଜିଲ୍ଲା ପରିକ୍ରମା ବିଏମ୍‌ଏସ୍ ରାଷ୍ଟ୍ରିୟ ସଂଗଠନ ସମ୍ପାଦକଙ୍କୁ ପଶ୍ଚିମବଙ୍ଗରେ ଆକ୍ରମଣ , ବିଏମ୍‌ଏସ୍‌ର ବିକ୍ଷୋଭ, ମମତା ବାନାର୍ଜୀଙ୍କ କୁଶପୁତ୍ତଳା...

ବିଏମ୍‌ଏସ୍ ରାଷ୍ଟ୍ରିୟ ସଂଗଠନ ସମ୍ପାଦକଙ୍କୁ ପଶ୍ଚିମବଙ୍ଗରେ ଆକ୍ରମଣ , ବିଏମ୍‌ଏସ୍‌ର ବିକ୍ଷୋଭ, ମମତା ବାନାର୍ଜୀଙ୍କ କୁଶପୁତ୍ତଳା ଦାହ

135

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୮ ତାରିଖରେ ଭାରତୀୟ ମଜଦୁର ସଂଘର ରାଷ୍ଟ୍ରିୟ ସଂଗଠନ ସମ୍ପାଦକ ତଥା ଆସାମ, ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରଭାରୀ ଥିବା ଗଣେଶ ମିଶ୍ରା ଓ ତାଙ୍କ ସହଯୋଗୀଙ୍କୁ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ସମର୍ଥକମାନେ ମରଣାନ୍ତକ ଆକ୍ରମଣ କରିଥିଲେ । କେନ୍ଦ୍ର ସରକାରଙ୍କ ନୂତନ ଶ୍ରମ ଆଇନ ବିରୁଦ୍ଧରେ ଦେଶବ୍ୟାପୀ ହେଉଥିବା ପ୍ରତିବାଦ ସଭା ଓ ଆନ୍ଦୋଳନ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ନନ୍ଦୀଗ୍ରାମ ଠାରେ ହେଉଥିବା ପ୍ରତିବାଦ ସଭା ସ୍ଥଳରେ ତୃଣମୂଳ କଂଗ୍ରେସର ସମର୍ଥକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମିଶ୍ରାଙ୍କ ସହିତ ତାଙ୍କ ସହଯୋଗୀ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାର ପ୍ରତିବାଦରେ ଆଜି ଭଦ୍ରକ ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ କରାଯିବା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କ କୁଶପୁତ୍ତଳା ଦାହ କରାଯାଇଥିଲା । ଏଥିରେ ବିଏମ୍‌ଏସ୍‌୍‌ର ରାଜ୍ୟ ଉପସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ର ଯୋଗ ଦେଇ ପଶ୍ଚିମବଙ୍ଗ ସରକାରଙ୍କ ପୋଷା ଗୁଣ୍ଡାଙ୍କ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯାଉ ନହେଲେ ଭାରତୀୟ ମଜଦୁର ସଂଘ ଦେଶବ୍ୟାପୀ ଆନ୍ଦୋଳନ କରିବା ସହିତ ପଶ୍ଚିମବଙ୍ଗ ସରକାରକୁ ଅଚଳ କରିଦେବ ବୋଲି ଚେତାବନୀ ଦେଇଥିଲେ । ବିଏମ୍‌ଏସ୍‌ର ଜିଲ୍ଲା ସଭାପତି ମନୋଜ ବସନ୍ତ ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସମ୍ପାଦକ ମୁକ୍ତିକାନ୍ତ ସାହୁ, ସଂଗଠନ ସମ୍ପାଦକ ପରେଶ ନାଥ ଧଳ, ଜିଲ୍ଲା ଉପସଭାପତି ବସନ୍ତ ରାଉତ ପ୍ରମୁଖ ବକ୍ତବ୍ୟ ରଖି ପଶ୍ଚିମବଙ୍ଗ ସରକାରଙ୍କୁ ତୀବ୍ର ଭର୍ସନା କରିଥିଲେ । ଏହା ପୂର୍ବରୁ ସଂଘର ବରିଷ୍ଠ କର୍ମକର୍ତ୍ତା କମଳାକାନ୍ତ ସାହୁ, ବିଜୟ ପାଣି, ଯୁବ ସଂଗଠକ ଜ୍ୟୋତିପ୍ରକାଶ ଦାସ, ଜାଭେଦ୍ କାଦ୍ରୀ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରା ବିଏମ୍‌ଏସ୍ ଜିଲ୍ଲା କାର୍ଯ୍ୟାଳୟ ମାଳତୀ ଭବନ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.