Home ଜିଲ୍ଲା ପରିକ୍ରମା ହନିଫ କ୍ଲବ୍ ପକ୍ଷରୁ ଦାବତ୍ ଏଣ୍ଡ ଇଫତାର ପାର୍ଟି

ହନିଫ କ୍ଲବ୍ ପକ୍ଷରୁ ଦାବତ୍ ଏଣ୍ଡ ଇଫତାର ପାର୍ଟି

7

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ସନ୍ଧ୍ୟାରେ ଭଦ୍ରକ ପୁରୁଣାବଜାରସ୍ଥିତ ହନିଫ କ୍ଲବ୍ ପକ୍ଷରୁ ପବିତ୍ର ରମଜାନ ମାସ ଉପଲକ୍ଷେ ଦାବତ୍ ଏଣ୍ଡ ଇଫତାର ପାର୍ଟିର ଆୟୋଜନ ହୋଇଥିଲା । ଏଥିସହ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ ନିଜ ପଦର ୨ ବର୍ଷ ପୂର୍ତ୍ତି ହୋଇଥିବାରୁ ଏକ କେକ୍‌କୁ କାଟି ଉତ୍ସବ ମନାଇଥିଲେ । ପୌରାଧ୍ୟକ୍ଷା ଗୁଲମକୀ ପ୍ରଥମେ ରମଜାନ ମାସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ନିଜ ପୂର୍ତ୍ତି ଉତ୍ସବର କେକ୍ କାଟି ସମସ୍ତଙ୍କୁ ଖୁଆଇଥିଲେ ଓ ଆଗାମୀ ଦିନରେ ଏହିଭଳି ଭଦ୍ରକ ପୌରବାସୀଙ୍କର ସହଯୋଗ ରହିଲେ ସେ ଏକ ବିକାଶଶୀଳ ସହର ଗଢିତୋଳିବାରେ ସହାୟକ ହେବେ ବୋଲି କହିଥିଲେ । ଏହି ଦାବତ୍ ଓ ପୂର୍ତ୍ତି ଉତ୍ସବରେ ଯୁବନେତା ଅସିତ୍ କୁମାର ପଟ୍ଟନାୟକ ଓ ଜାହିଦ ହବିବଙ୍କ ସମେତ ବହୁ ବସ୍ତିର ମୁଖିଆ ଓ ସମର୍ଥକମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.