Home ଜିଲ୍ଲା ପରିକ୍ରମା ବଦଳିଲେ ବିଜେଡି ପ୍ରାର୍ଥୀ, ଭଣ୍ଡାରିପୋଖରୀରୁ ସଞ୍ଜୀବ ଲଢିବେ ନିର୍ବାଚନ

ବଦଳିଲେ ବିଜେଡି ପ୍ରାର୍ଥୀ, ଭଣ୍ଡାରିପୋଖରୀରୁ ସଞ୍ଜୀବ ଲଢିବେ ନିର୍ବାଚନ

33

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ସାଧାରଣ ନିର୍ବାଚନ ପରିପେକ୍ଷୀରେ ଆଜି ରାଜ୍ୟ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି । ଭଦ୍ରକରେ ଦଳିୟ ଅସନ୍ତୋଷକୁ ଦୂର କରିବା ନେଇ ବିଜେଡି ପକ୍ଷରୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଅଦଳ ବଦଳ କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀରେ ୩ ଥର ବିଧାୟକ ହୋଇଥିବା ବରିଷ୍ଠ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକ ବିଧାନସଭା ପାଇଁ ପ୍ରାର୍ଥୀ କରାଯାଇଥିବା ବେଳେ ଏବେ ଭଦ୍ରକର ବିଧାୟକ ସଞ୍ଜୀବ ମଲ୍ଲୀକଙ୍କୁ ଭଣ୍ଡାରିପୋଖରୀ ବିଧାନସଭା ପାଇଁ ପ୍ରାର୍ଥୀ କରାଯାଇଛି । ଭଦ୍ରକ ବିଧାନସଭାରେ ନୂଆ କରି ବିଜେଡିରେ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିବା ସଞ୍ଜୀବ କୁମାର ମଲ୍ଲିକ ଓରଫ ବଣୁ ତାଙ୍କ ରାଜନୈତିକ କ୍ୟାରିୟରରେ ପ୍ରଥମ ୫ ବର୍ଷ ଉନ୍ନୟନ ମୂଳକ କାର୍ଯ୍ୟ କରି ତାଙ୍କ ଦକ୍ଷତାର ପରିଚୟ ଦେଇଥିବା ବେଳେ ଏବେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେବେ ଭଦ୍ରକରେ ୨୦୧୯ରେ ନିର୍ବାଚନ ଲଢି ରାଜନୈତିକ ଦକ୍ଷତାର ପରିଚୟ ଦେଇଥିବା ସଞ୍ଜିବ ଭଣ୍ଡାରୀ ପୋଖରୀ ଦଳିୟ ନେତୃବୃନ୍ଦ ଙ୍କ ପାଇଁ ସେତେଟା ପରିଚିତ ନୁହେଁ ଯାହାକି ତାଙ୍କୁ ପ୍ରଥମେ ତାହା ଦେଖିବାକୁ ପଡିବ । ତାଙ୍କର ପ୍ରାର୍ଥୀତ୍ୱ ଘୋଷଣା ହେବା ପରେ ପ୍ରଫୁଲ୍ଲ ସାମଲଙ୍କ ସମର୍ଥକ ମାନେ କେମିତି ତାଙ୍କୁ ଗ୍ରହଣ କରୁଛନ୍ତି ତାହା ଆଗକୁ ଦେଖିବାକୁ ବାକି ରହିଲା । ଜଣେ ସଫଳ ବ୍ୟବସାୟୀରୁ ରାଜନେତା ପାଲଟିଥିବା ଶ୍ରୀ ମଲ୍ଲିକ ତାଙ୍କ ୨ୟ ଇନିଙ୍ଗସ୍ ଭଣ୍ଡାରିପୋଖରୀରୁ ଆରମ୍ଭ କରିବାକୁ ଯାଉଛନ୍ତି । ଶ୍ରୀ ମଲ୍ଲିକ ରାଜନୈତିକ ପରିବାରରୁ ଆସିଥିବା ବେଳେ ଭଦ୍ରକ ପାଇଁ ସେ ବହୁ ଆଖିଦୃଶିଆ କାର୍ଯ୍ୟ କରିଛନ୍ତି । ଏବେ ବିଜେଡି ତାଙ୍କୁ ଭଣ୍ଡାରିପୋଖରୀରେ ପ୍ରାର୍ଥୀ କରିଥିବାରୁ ଆଗାମୀ ନିର୍ବାଚନରେ ସେ କେତେ ସଫଳତା ହାସଲ କରିବେ ତାହା ଦେଖିବାକୁ୍ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.