Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳରେ ୭ଟି ନୂତନ ମୋବାଇଲ ଫୋନ ଟାଓ୍ୟାର ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ,ପ୍ରଥମ ଥରକରି...

ସ୍ୱାଭିମାନ ଅଚଂଳରେ ୭ଟି ନୂତନ ମୋବାଇଲ ଫୋନ ଟାଓ୍ୟାର ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ,ପ୍ରଥମ ଥରକରି ୪ଜି ସେବା ଆରମ୍ଭ ।

50

ମାଲକାନଗିରି,୭ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ର ମାଓଗଡ ଭାବେ ପରିଚିତ ଚିରଅବହେଳିତ ସ୍ୱାଭିମାନ ଅଚଂଳରେ ସ୍ୱାଧିନତାର ଦୀର୍ଘ୭୩ବର୍ଷପରେ ମୋବାଇଲ ଫୋନ ୪ଜି ସେବା ପହଁଚିପାରିନଥିବା ବେଳେ ଜିଲ୍ଲାପାଳ ମନୀଷଆଗ୍ରଓ୍ୟାଲ ଓ ଏସପି ରିଶିକେଶ ଡି ଖିଲାରୀ ଙ୍କ ପ୍ରଚେଷ୍ଟାରେ ସ୍ୱାଭିମାନ ଅଚଂଳବାସୀ ଏବେ ମୋବାଇଲ ଫୋନ ସେବା ପାଇପାରିଛନ୍ତି । ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନଅଚଂଳର ଅପହଁଚ ଇଲାକା ଜୋଡାମ୍ବ,ଯନ୍ତ୍ରୀ,ଗାଜଲମାମୁଡି,ପାପରମେଟଲା,ଧୁଳିପୁଟ,ପଣସପୁଟ,ରାଲେଗଡା,ଅଣ୍ଡ୍ରାପାଲି ୮ଟି ପଚାଂୟତର ୧୫୧ଖଣ୍ଡ ଗ୍ରାମବାସୀ ଟେଲିଫୋନ ଓ ମୋବାଇଲ ଫୋନ ସେବାରୁ ବଚିଂତ ଥିଲେ । ଦୀର୍ଘଦିନର ପ୍ରତିକ୍ଷାପରେ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନର ମିଳିତ ଉଦ୍ୟମରେ ମାଓପ୍ରବଣ ହନ୍ତାଳଗୁଡା,ପିପିଳିପଦର,ଜନ୍ତପାଇ,ଟନେଲକ୍ୟାମ୍ପ, ଡାଇକ-୩,ଦର୍ଲାବେଢା,ଚିତ୍ରକୋଣ୍ଡା ଅଚଂଳରେ ମୋବାଇଲ ଫୋନ ସେବା ଯୋଗାଇଦେବା ପାଇଁ ଭାରତ ଇନଫ୍ରେଟଲ ଲିମିଟିଡେ ଓ ଏୟାରଟେଲ ମୋବାଇଲ ନେଟଓ୍ୟାର୍କର ୭ଟି ନୂତନ ଟାଓ୍ୟାର ପ୍ରତିଷ୍ଟା କରାଯିବାପାଇଁ କାମ ଆରମ୍ଭ ହୋଇଯାଇଛି । ରିବାବାର ଦିନ ସ୍ୱାଭିମାନ ଅଚଂଳରେ ପ୍ରଥମ ଥରକରି ଏୟାରଟେଲ ମୋବାଇଲ ସେବା ସହିତ ୪ଜି ନେଟଓ୍ୟାର୍କ ସ୍ୱାଭିମାନଅଚଂଳରେ ଉପଲବ୍ଧି ହୋଇପାରିଛି ।ଖୁବଶିଘ୍ର ଅନ୍ୟ ଟାଓ୍ୟାରଗୁଡିକ କାର୍ଯ୍ୟକାରି ହେବ,ଏହାଦ୍ୱାରା ସ୍ୱାଭିମାନ ଅଚଂଳବାସୀ ଉପକୃତ ହେବାସହିତ ସୀମାନ୍ତ ଆନ୍ଦ୍ରପ୍ରଦେଶ ର କିଛି ଗ୍ରାମବାସୀ ମଧ୍ୟଉପକୃତ ହୋଇପାରିବେ । ଗତକାଲି ପ୍ରଥମଥର କରି ସ୍ୱାଭିମାନ ଅଚଂଳରେ ମୋବାଇଲ ସେବା ଓ ୪ଜି ନେଟଓ୍ୟାର୍କ ଉପଲଲବ୍ଧିହୋଇ ପାରିଥିବାରୁ ସ୍ୱାଭିମାନ ଅଚଂଳବାସୀ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ସହ ପ୍ରଶଂସାକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.