Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳରୁ ବିପୁଳପରିମାଣର ଗୋଳାବାରୁଦ ମାଓସାମଗ୍ରୀ ଜବତ

ସ୍ୱାଭିମାନ ଅଚଂଳରୁ ବିପୁଳପରିମାଣର ଗୋଳାବାରୁଦ ମାଓସାମଗ୍ରୀ ଜବତ

36

ମାଲକାନଗିରି,୨୩ ।୨ (ଓଡିଆ ପୁଅ) ସ୍ୱାଭିମାନଅଚଂଳରେ ଯବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଲୁଚାଇରଖିଥିବା ବୁପୁଳପରିମାଣର ବମ,ଲ୍ୟାଣ୍ଡମାଇନ ବିସ୍ପୋରକଦ୍ରବ୍ୟ କୁ ଉଦ୍ଧାର କରି ମାଓବାଦୀଙ୍କ ବିସ୍ପୋରଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି ବିଏସଏଫ ଯବାନ ମାନେ । ମାଲକାନଗିରି ଜିଲ୍ଲା ପୁଲିସଙ୍କୁ ମିଳିଚି ବଡ ଦରଣର ସଫଳାତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଚଂଳ ଜୋଡାମ୍ବ ପଚାଂୟତ କଦଳୀବନ୍ଧ ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବାର ଖବର ପାଇ ସେଠାକୁ ବିଏସଏଫ ଯବାନ ମାନେ କୁମ୍ବିଂ ଅପରେସନରେ ଯାଇଥିବା ବେଳେ ଜଙ୍ଗଲରାସ୍ତାରେ ହଟାତ ସେମାନଙ୍କ ମେଟାଲ ଡିଟେକ୍ଟର ରୁ ସାଇରନ ବାଜିଥିଲା । ସଙ୍ଗେ ସଙ୍ଗେ ଯବାନ ମାନେ ସତର୍କହୋଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଖାନତଲାସି ଆରମ୍ଭ କରିଦେଇଥିଲେ । ସେହି ଜଙ୍ଗଲରେ ଯବାନମାନେ ସର୍ଚ ଅପରେସନ କରୁଥିବା ବେଳେ ଡମ୍ପିଂ କରି ଏକ ବ୍ୟାଗରେ ମାଓବାଦୀ ମାନେ ଗୁପ୍ତଭାବେ ଲୁଚାଇ ରଖିଥିବା ୨ଟି ପ୍ରେସର ମାଇନ,ଗୋଟିଏ ଟିଫନ ବମ, ଲ୍ୟାଣ୍ଡମାଇନ, ଗୋଳାବାରୁଦ,ମାଓପୋଷକ, ଔଷଧ,ସହ ଅନ୍ୟାନ ମାଓସାମଗ୍ରୀ ଜବତକରିଛନ୍ତି । ଜବତ ବମ ଓ ବିସ୍ପୋରକ ଦ୍ରବ୍ୟ ଗୁଡିକୁ ଯବାନ ମାନେ ଜଙ୍ଗଲରେ ନିସ୍କ୍ରୀୟ କରିଦେଇଥିବାରୁ ମାଓବାଦୀଙ୍କ ବଡଧରଣର ବିସ୍ପୋରଣ ଯୋଜନାକୁ ଯବାନ ମାନେ ପଣ୍ଡକରି ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.