Home ଜିଲ୍ଲା ପରିକ୍ରମା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ, ବ୍ଲକ ପ୍ରଶାସନ ପକ୍ଷରୁ ମହିଳା କଲେ ସଫେଇ

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ, ବ୍ଲକ ପ୍ରଶାସନ ପକ୍ଷରୁ ମହିଳା କଲେ ସଫେଇ

27

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମୀଣ ସ୍ୱଚ୍ଛ ମିଶନ ଯୋଜନାରେ ବ୍ଲକ କାର୍ଯ୍ୟାଳୟ ପରିସରରେ ମହିଳାମାନେ ସଫେଇ କରିଛନ୍ତି । ବ୍ଲକର ବିଭିନ୍ନ ଏସଏଚଜି, ଏମବିକେ, ସିଆରପି, ଓଏଲଏମ କର୍ମଚାରୀ, ଉଦ୍ୟୋଗ ମିତ୍ର, କୃଷିମିତ୍ର, ପ୍ରାଣୀମିତ୍ର ମହିଳାମାନେ ଏଥିରେ ସାମିଲ ହୋଇଥିଲେ । ବିଡିଓ ଜ୍ୟୋତିର୍ମୟ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ସ୍ୱଚ୍ଛ ରହିଲେ ସମସ୍ତେ ନିରୋଗ ରହି ପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ଦାସ, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଆକାଉଣ୍ଟସ ଅଫିସର ସୌମ୍ୟନନ୍ଦନ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତି ଥିଲେ । ବ୍ଲକ ରିସୋର୍ସ ସଂଯୋଜିକା ଦୁର୍ଗାବତୀ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏବଂ ଓଏଲଏମ ଏସ୍‌ଡିସି ପ୍ରଫୁଲ୍ଲ ମଲିକଙ୍କ ସହଯୋଗରେ ସସ୍ମିତା ଖୁଣ୍ଟିଆ, ନନ୍ଦିନୀ ନାୟକ, ସ୍ନିଗ୍ଧା ନାୟକ, ଉଦ୍ୟୋଗମିତ୍ର ମଞ୍ଜୁଲତା ସେଠୀ, କୃଷିମିତ୍ର ରାଜୀବ ଜେନା, ପ୍ରହ୍ଲାଦ ସାହୁ, ସ୍ମୃତିରଞ୍ଜନ ପରିଡା, ସ୍ୱେଚ୍ଛାଗ୍ରାହୀ ରତିକାନ୍ତ ଦାସ, ସନ୍ଧ୍ୟାରାଣୀ ମହାପାତ୍ର, ଏମବିକେ ମିନତୀ ନାଥ, ଅନୀମା ସାମଲ, ସୁପ୍ରଭା ସାହୁ, ଲୀଳାବତୀ ବେହେରା, ସୀତାରାଣୀ ସାହୁ, ସିଆରପି ସରୋଜିନୀ ବାରିକ, ପୁଷ୍ପଲତା ଜେନା, ମିନତୀ ବେହେରା, ତିଳୋତ୍ତମା ସାହୁ, ସାବିତ୍ରୀ ବାରିକ, ଗୀତାଂଜଳି ରାଉଳ, ଜ୍ୟୋତ୍ସାରାଣୀ ପତି ପ୍ରମୁଖ ବହୁ ମହିଳା ଓ କର୍ମଚାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.