Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗ୍ରହ

ଭଣ୍ଡାରିପୋଖରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗ୍ରହ

34

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣଙ୍କ ପୌରହିତ୍ୟରେ ସୋମବାର ଅନୁଷ୍ଠିତ ହୋଇ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶରେ ଜାତୀୟ ସେବା ଯୋଜନା ଦିବସ ପାଳନ ଅବସରରେ ଅନୁଷ୍ଠିତ ଏହି ଶିବିରକୁ ସହକାରୀ ସବଇନିସପେକ୍ଟର ଭାନୁଚରଣ ସିଂ, ଦକ୍ଷିଣବାଡ ସରପଞ୍ଚ ବର୍ଷାରାଣୀ ଯେନା ଓ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଭଦ୍ରକ ବ୍ଲକବ୍ୟାଙ୍କ ପକ୍ଷରୁ ଡାକ୍ତର ବାସନ୍ତିଲତା ରାଉତ, ବୈଷୟୀକ କର୍ମଚାରୀ ରତିକାନ୍ତ ବଳ, ରବିନ୍ଦ୍ର ଜେନା, ସୁଭଦ୍ରା ଜେନା, ରଘୁନାଥ ପଣ୍ଡା ଓ ବଳରାମ ସାହୁ ରକ୍ତ ସଂଗ୍ରହ କରିଥିଲେ । ଜ୍ୟୋସ୍ନାରାଣୀ ସାହୁ, ଇଚ୍ଛାମୟ ପାତ୍ର, ଅପୂର୍ବ ପାତ୍ର, ଦିଲ୍ଲିପ ମୁଣ୍ଡା, ବିଜୁ ମୁଣ୍ଡା, ଆଦିତ୍ୟ ନାୟକ, ପ୍ରଦୀପ ନାୟକ, ଶିବୁ ମଲ୍ଲିକ, ବିଶ୍ୱଜିତ ନାୟକ, ଦେବଦତ୍ତ ବେହେରା, ଭବାନୀଶଙ୍କର ଜେନା, ପ୍ରତାପ ପ୍ରଧାନ, ସୁବାସିନୀ ନାୟକ, ଭାନୁଚରଣ ସିଂ, ଦିଲ୍ଲିପ ପାତ୍ର, ଶୋଭନ ଶଙ୍ଖୁଆ, ସତ୍ୟଜିତ ଜେନା, ଚିତ୍ତରଞ୍ଜନ ମହାପାତ୍ର, ଶୁଭମ ଲେଙ୍କା, ମନୋରଞ୍ଜନ ନାୟକ, ଲକ୍ଷ୍ମଣ ରାଉତ, ଆଶୁତୋଷ ଦାସ, ଦୁର୍ଯ୍ୟୋଧନ ନାୟକ, କାର୍ତ୍ତିକ ଜେନା, ମଣ୍ଟୁ ମଲ୍ଲିକ, ଗାୟତ୍ରୀ ସାହୁ, ଗୋବିନ୍ଦ ସାହୁ ପ୍ରମୁଖ ରକ୍ତଦାନ କରିଥିଲେ । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ଗୀତାଞ୍ଜଳୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଅଧ୍ୟାପକ ଆନନ୍ଦ ଚନ୍ଦ୍ର ନାୟକ, ମମିତାରାଣୀ ନାୟକ, ଶ୍ରାବଣୀ ଦାଶ, ଦିଲ୍ଲିପ କୁମାର ନାୟକ, ନୃସିଂହ ଚରଣ ସ୍ୱାଇଁ, କଲ୍ୟାଣ ଲେଙ୍କା, ଅଶୋକ ଜେନା, ରଞ୍ଜନ ନାୟକ, ଭୀମଚରଣ ସ୍ୱାଇଁ, ବାସନ୍ତି ବେହେରା, ପ୍ରଣବ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.