Home ଜିଲ୍ଲା ପରିକ୍ରମା ସମ୍ବିଧାନର ମହିଳା ସଂରକ୍ଷଣ ବିଲ ଉପରେ ଆଲୋଚନା

ସମ୍ବିଧାନର ମହିଳା ସଂରକ୍ଷଣ ବିଲ ଉପରେ ଆଲୋଚନା

23

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି କୁସୁମ ଟିଭି କାର୍ଯ୍ୟାଳୟ ପ୍ରାଙ୍ଗଣରେ ମହିଳା ସଂରକ୍ଷଣ ବିଲ ଉପରେ ଏକ ଆଲୋଚନା ଚକ୍ର ହେଇଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକର ବିଜୁ ସ୍ମୃତି କମିଟିର ସଭାନେତ୍ରୀ ଆଡ଼ଭୋକେଟ ଅମିତାବାଳା ଆଚାର୍ଯ୍ୟ ଓ କମିଟିର ପରାମର୍ଶଦାତା ଡାକ୍ତର ରବିନାରାୟଣ ମହାପାତ୍ର, କୁସୁମ ଟିଭିର ବରିଷ୍ଠ ସାମ୍ବାଦିକ ପ୍ରଭାତ ପାଢ଼ୀ ଓ ଅନ୍ୟ ମାନେ ଯୋଗଦାନ କରିଥିଲେ । ଭାରତ ସରକାର ୩୩% ମହିଳା ଆରକ୍ଷଣ ବିଲ ଉପରେ ଶ୍ରୀମତୀ ଆଚାର୍ଯ୍ୟ ନିଜସ୍ୱ ମତ ଦେଇଥିଲେ କି ଦୀର୍ଘ ଦିନର ପ୍ରୟାସ ପରେ ଆଜି ମହିଳାମାନଙ୍କୁ ଏକ ଭେଟି ଦେଇଛନ୍ତି ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୨ ମସିହାରୁ ଶ୍ରୀମତୀ ଆଚାର୍ଯ୍ୟ ଏହି ମହିଳା ଆରକ୍ଷଣ ୩୩% କୁ ରାଜ୍ୟ ସରକାରଙ୍କ ମାଧ୍ୟମରେ ଭାରତ ସରକାରଙ୍କୁ ଦାବି ଦେଇଆସିଥିଲେ ଏବଂ ଏକ ଲକ୍ଷ ପୋଷ୍ଟକାର୍ଡ ମାଧ୍ୟମରେ ଭାରତ ସରକାରଙ୍କୁ ଜଣାଇଥିଲେ । ଆଖି ଛଳଛଳ କରି ଭାବ ବିହ୍ୱଳ ହୋଇ ଶ୍ରୀମତୀ ଆଚାର୍ଯ୍ୟ କହିଥିଲେ ଯେ ଦୀର୍ଘ ଦିନର ମହିଳା ମାନଙ୍କର ସଂଘର୍ଷ ସାମ୍ବିଧାନିକ ଅଧିକାର ଆଜି ମହିଳା ମାନଙ୍କୁ ମିଳିଛି । ଏଥି ନିମନ୍ତେ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଏହା ବ୍ୟତୀତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି, ତା’ ଛଡା ଭଦ୍ରକରେ ମେଡିକାଲ କଲେଜ ସ୍ଥାପନା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛିି । ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଯଥାର୍ଥ ଦାବି ଗୁଡିକୁ ସରକାରଙ୍କ ନଜରକୁ ଆଣିଛନ୍ତି ବୋଳଇ ସେ କହିଥିଲେ । ଶେଷରେ ସେ ସୂଚନା ଦେଇକହିଥିଲେ କି ଯଦି ଦାବି ପୂରଣ ନ ହୁଏ, ଆଗାମୀ ଦିନରେ ପଦଯାତ୍ରା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.