Home ଓଡ଼ିଶା ସେବାୟତଙ୍କ ପାଇଁ ୨ ଦିନିଆ ହୋମିଓପାଥିକ୍ ଚିକିତ୍ସା ଶିବିର

ସେବାୟତଙ୍କ ପାଇଁ ୨ ଦିନିଆ ହୋମିଓପାଥିକ୍ ଚିକିତ୍ସା ଶିବିର

263

ପୁରୀ ୧୭-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କରୋନାକୁ ଦୃଷ୍ଟିରେ ରଖି ରୋଗ ପ୍ରତିଷେଧକ।କ୍ତି ବୃଦ୍ଦି ପାଇଁ ଆଜି ଠାରୁ ଶ୍ରୀମନ୍ଦିର ସେବାୟତଙ୍କ ୨ଦିନିଆ ହୋମିଓପାଥିକ୍ ଚିକିତ୍ସା ଶିବିର ନିଳାଦ୍ରୀ ଭକ୍ତ ନିବାସରେ ଆରମ୍ଭ ହୋଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ଏହି ଶିବୀର ଆଶନ୍ତା କାଲି ପର୍ଯ୍ୟନ୍ତ ଚାଲିରହିବ। ଆଜି ପ୍ରଥମ ଦିନରେ ସୁଆର ମହାସୁଆର ନିଯୋଗ, ପୁଷ୍ପାଳକ ନିଯୋଗ, ବିମାନବଡୁ ନିଯୋଗ, ଦଇତାପତି ନିଯୋଗ, ଖୁଟିଂଆ ନିଯୋଗ ବଡସୁଆର ନିଯୋଗ, ପାଟରା ବିଶୋଇ ନିଯୋଗ, ଘଟୁଂଆ ନିଯୋଗ ଆଦି ନିଯୋଗ ର ଶତାଧିକ ସେବାୟତ ଓ ତାଙ୍କ ପରିବାରବର୍ଗ ଙ୍କୁ ହୋମିଓପାଥିକ ଔଶଧ ବଟଂନ କରାଯାଇଛି। ଆସନ୍ତା କାଲି ପ୍ରତିହାରୀ ଏବଂପୂଜାପଣ୍ଡା ନିଯୋଜ, ହଡପନାୟକ, ରୂପକାର, ଚିତ୍ରକାର, ଭୋଇ, ମହାରଣା, ଓକୋଠଭୋଗ ସେବାୟତଙ୍କ ସମେତ ଅନ୍ୟାନ୍ୟ ନିଯୋଗ ସହ ଶ୍ରୀମନ୍ଦିର କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଔଷଧ ବଟଂନ କରାଯିବ ପୂର୍ବାହ୍ନରୁ୧ଟାଏ ଓ ଅପରାହ୍ନ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ଶିବିର ଚାଲୁରହିବ। ରଥଯାତ୍ରା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ସେବାୟତ ମାନଙ୍କୁ ଏହି ଔଷଧ ବଯଂନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.