Home ଓଡ଼ିଶା କୋରନା ମହାମାରୀ ସାଙ୍ଗକୁ ସାପମାନଙ୍କର ଦୌରାତ୍ମ ବୃଦ୍ଧି ପାଇଛି

କୋରନା ମହାମାରୀ ସାଙ୍ଗକୁ ସାପମାନଙ୍କର ଦୌରାତ୍ମ ବୃଦ୍ଧି ପାଇଛି

328

ପୁରୀ ୧୭-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଏବେ କୋରନା ମହାମାରୀ ର ଦାଉ ସାଙ୍ଗକୁ ସାପ ମାନଙ୍କ ଦୌରାତ୍ମ ପୁରୀ ବାସିଙ୍କୁ ଅତିଷ୍ଠ କଲାଣି। ଗତ ଦୁଇଦିନ ମଧ୍ୟରେ ସ୍ନେକ୍ ହେଲ୍ପ୍ ଲାଇନ୍ ରୁ ସଂଗ୍ରାମ କେଶରୀ ଦାସ ପୁରୀ ସଦର ଅଚଂଳ ସମେତ ଟାଉନ୍ ରୁ ୪ ଟି ନାଗସାପ ଉଦ୍ଧାର କରିଛନ୍ତି। ଗତକାଲି ଛଇତାନା ରୁ ୨ଟି ଓ ଆଜି ପୁରୀ ଟାଉନ୍ ରୁ ୨ ଟି ନାଗସାପ ଉଦ୍ଧାର କରି ବନ ବିଭାଗ କୁ ହସ୍ତାନ୍ତର କରିଛନ୍ତି। ପୁରୀ ବଳିଆପଣ୍ଡା ଟେଲିଫୋନ୍ ଏକ୍ସ୍‌ଚେଂଜ୍ ନିକଟସ୍ଥ ଓ ବ୍ଲକ୍ ଅଫିସ୍ ନିକଟସ୍ଥ ନାଗସାପ ର ଲମ୍ବ ୪ ଫୁଟ୍ ରୁ ୫ ଫୁଟ୍ ହେବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.