Home ଜିଲ୍ଲା ପରିକ୍ରମା ସୁମିତ୍ରା ପାଣି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ସୁମିତ୍ରା ପାଣି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

25

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ କମିଟି ପୂର୍ନଃଗଠିତ ହୋଇଛି । ରାଜ୍ୟ ସଭାପତି ମହେଶ୍ୱର ସାହୁ ଏହି କମିଟି ଗଠନ କରିଥିବା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହାକୁ ଅନୁମୋଦନ କରିଛନ୍ତି । ଏଥିରେ ଭଦ୍ରକର ନାରିନେତ୍ରୀ ସୁମିତ୍ରା ପାଣି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନ୍ନୀତ ହୋଇଛନ୍ତି । କୃଷକ ମୋର୍ଚ୍ଚାକୁ ରାଜ୍ୟ ସ୍ତରରେ କ୍ରିୟାଶୀଳ କରିବା ସହିତ ସାଂଗଠନିକ ଅଭିବୃଦ୍ଧି ନେଇ କାର୍ଯ୍ୟ କରିବେ । ପ୍ରକାଶ ଯେ ଶ୍ରୀମତୀ ପାଣି ଏଥି ପୂର୍ବରୁ ଜିଲ୍ଲା ମହିଳା ମୋର୍ଚ୍ଚାର ଉପ-ସଭାନେତ୍ରୀ,ବାସୁଦେବପୁର ନିର୍ବାଚନ ମଣ୍ଡଳିର ପ୍ରଭାରି ଦାୟୀତ୍ୱ ତୁଲାଇ ସାରିଛନ୍ତି । କୃଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ଲୋକ ଲୋଚନକୁ ଆଣି ସେମାନଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିବେ ବୋଲି ଶ୍ରୀ ପାଣି ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.