Home Top News ସୁପରଟେକ୍ ଏମେରାଲ୍ଡ ଟାୱାର : ନଭଶ୍ଚୁମ୍ବି ବିଲ୍ଡିଂ ଭୂଇଁରେ ମିଶିବ, ବିସ୍ପୋରଣ ପାଇଁ ହେଲା ପରୀକ୍ଷଣ...

ସୁପରଟେକ୍ ଏମେରାଲ୍ଡ ଟାୱାର : ନଭଶ୍ଚୁମ୍ବି ବିଲ୍ଡିଂ ଭୂଇଁରେ ମିଶିବ, ବିସ୍ପୋରଣ ପାଇଁ ହେଲା ପରୀକ୍ଷଣ – ଭାରତରେ ପ୍ରଥମଥରପାଇଁ ଏପରି ବିସ୍ପୋରଣରେ ଭଙ୍ଗାଯିବ ଟାୱାର

45

ନୂଆ ଦିଲ୍ଲୀ ୧୦-୪ (ଓଡ଼ିଆ ପୁଅ) ଦିଲ୍ଲୀ ନିକଟସ୍ଥ ଉତ୍ତରପ୍ରଦେଶର ନୋଏଡ଼ା ସେକ୍ଟର -୯୩ ସୁପରଟେକ୍ ଏମେରାଲ୍ଡ କୋର୍ଟର ଟ୍ୱିନ ଟାୱାରର ୬ଟି କଲମ ଉପରେ ଆଜି ବିସ୍ପୋରଣ ପରୀକ୍ଷା କରାଯାଇଛି। ଆଜି ଦ୍ୱିପ୍ରହର ୨:୩୦ ଟାୱାରରେ ଟେଷ୍ଟ ବିସ୍ଫୋରଣ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଆସନ୍ତା ମେ ୨୨ ରେ ମୁଖ୍ୟ ବିସ୍ଫୋରଣ ପାଇଁ ଆବଶ୍ୟକ ପରିମାଣର ବିସ୍ଫୋରକ କେତେ ଆବଶ୍ୟକ ତାହାର ସନ୍ଧାନ କରିବା। ବେସମେଣ୍ଟ -୧ ରେ ପାଞ୍ଚଟି ସ୍ତମ୍ଭ ଏବଂ ୧୩ ତମ ମହଲାରେ ଗୋଟିଏ ସ୍ତମ୍ଭ ଉପରେ ବିସ୍ଫୋରଣ କରାଯାଇଥିଲା। ଗୋଟିଏ ମହଲାରେ ୧୭୦ ଟି ସ୍ତମ୍ଭ ଅଛି। ବିସ୍ଫୋରଣ ସମୟରେ ଟ୍ରାଫିକ ପୋଲିସର ୨୫ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ବାହାରକୁ ନ ଆସିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥି ପାଇଁ ଟ୍ରାଫିକ ପୋଲିସ୍ ପକ୍ଷରୁ ରାସ୍ତା ବନ୍ଦ କରାଯାଇଥିଲା।

ଏହି ଦୁଇଟି ଟାୱାର ମଧ୍ୟରୁ ଗୋଟିଏ ୩୯ ମହଲା ବିଶିଷ୍ଟ ହୋଇଥିବା ବେଳେ ଅନ୍ୟଟି ୪୦ ମହଲା ବିଶିଷ୍ଟ ଏବଂ ଏହାକୁ ବିସ୍ପୋରଣ କରି ଭୂଇଁରେ ମିଶାଇବା ପାଇଁ ବେଦେଶର ଏଜେନ୍ସିକୁ ଦାୟୀତ୍ତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.