Home Top News ଗୋଟିଏ ଫୋନ କଲ ରୋକିଦେଲା ୪୦ କୋଟିର ଚୋରୀ ୪ ଗିରଫ

ଗୋଟିଏ ଫୋନ କଲ ରୋକିଦେଲା ୪୦ କୋଟିର ଚୋରୀ ୪ ଗିରଫ

68

ନୂଆ ଦିଲ୍ଲୀ ୧୦-୪ (ଓଡ଼ିଆ ପୁଅ) ଦିଲ୍ଲୀ ପୋଲିସ ଚାରିଜଣ ଆନ୍ତଃ ରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ଗ୍ୟାସ୍ କଟର, ଗ୍ୟାସ୍ ସିଲିଣ୍ଡର, ଡ୍ରିଲ୍ ମେସିନ୍, ସ୍କ୍ରୁ ଡ୍ରାଇଭର ବ୍ୟତୀତ ପୋଲିସ ସେମାନଙ୍କଠାରୁ ଅନେକ ଉପକରଣ ଜବତ କରିଛି ଯାହା ଚୋରି ପାଇଁ ବ୍ୟବହୃତ ହେଉଥିଲା। ଏହି ଡକାୟତମାନେ ଏପ୍ରିଲ୍ ୮ ତାରିଖ ଅପରାହ୍ନ ପ୍ରାୟ ୨ ଟା ସମୟରେ ମୁଥୁଟ୍ ଫାଇନାନ୍ସରେ ଚୋରି ଘଟଣା ଘଟାଇବାକୁ ଚେଷ୍ଟା କରୁଥିଲେ। ସେଠାରେ ୪୦ କୋଟିରୁ ଅଧିକ ସୁନା ରଖାଯାଇଥିଲା। ରାତିରେ ଡ୍ୟୁଟିରେ ଥିବା ମୁଥୁଟ୍ ଫାଇନାନ୍ସର ଜଣେ କର୍ମଚାରୀ ସିସିଟିଭି ଫୁଟେଜରେ ଦେଖିଥିଲେ ଯେ ୪ ଜଣ ଲୋକ ଝରକା ଭାଙ୍ଗି ଅଫିସରେ ପଶିଛନ୍ତି। ତା’ପରେ ଚୋରମାନେ ସିସିଟିଭି ତାର କାଟିଥିଲେ। ଏହା ପରେ ଚାରିଜଣ ଷ୍ଟ୍ରଙ୍ଗରୁମ କୋଠରୀରେ ପ୍ରବେଶ କରିବା ପାଇଁ କବାଟ ଭାଙ୍ଗିବା ଆରମ୍ଭ କଲେ, ଯେଉଁଠାରେ ୪୦ କୋଟି ଟଙ୍କା ମୂଲ୍ୟର ସୁନା ରଖାଯାଇଥିଲା। ତା’ପରେ ଆଲାର୍ମ ବାଜିଲା, ଯାହାର ସ୍ୱର ଦିଲ୍ଲୀର ଅଲକନ୍ଦାରେ ଥିବା ମୁଥୁଟର ହେଡ କ୍ୱାର୍ଟରରେ ଶୁଣାଗଲା। ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ଚାରିପାଖରୁ କୋଠାକୁ ଘେରି ରହିଥିଲା। ଦକ୍ଷିଣ ପୂର୍ବ ଜିଲ୍ଲା ଡିସିପି ଇଶା ପାଣ୍ଡେ କହିଛନ୍ତି ଯେ ପୋଲିସ ଡାକିବା ମାତ୍ରେ ଦିଲ୍ଲୀ ପୋଲିସର ଇନ୍ସପେକ୍ଟର ଜଗଦୀଶ ଯାଦବ ତାଙ୍କ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ବିଲ୍ଡିଂକୁ ଚାରିପାଖେ ଘେରି ରହିଥିଲେ। ପୋଲିସ ବିଲ୍ଡିଂ ଭିତରକୁ ଯାଇ ଚୋରମାନଙ୍କୁ ଖୋଜିବା ଆରମ୍ଭ କଲା। ଏହି ଚାରିଜଣ ଛାତ ଉପରେ ଥିବା ପାଣି ଟାଙ୍କି ତଳେ ଏବଂ କୋଠାର ତଳ ମହଲାରେ ଲୁଚି ରହିଥିଲେ ଏବଂ ଚାରିଜଣଙ୍କୁ ଗିରଫ କରାଯାଇଛି। ପଚରାଉଚରା ବେଳେ ଏହା ଜଣାପଡିଛିଯେ, ସୁରେନ୍ଦ୍ର ଶେଟ୍ଟୀ ଏହି ଗ୍ୟାଙ୍ଗର ଲିଡର ସେ ନେପାଳର ବାସିନ୍ଦା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.