Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କୁ ମରଣାନ୍ତ୍ରକ ଆକ୍ରମଣ: ଅଭିଯୁକ୍ତ ୨ ଭାଇ ଗିରଫ, ଘଟଣାକୁ ଧାମନଗର ପ୍ରେସ କ୍ଲବ ପକ୍ଷରୁ...

ସାମ୍ବାଦିକଙ୍କୁ ମରଣାନ୍ତ୍ରକ ଆକ୍ରମଣ: ଅଭିଯୁକ୍ତ ୨ ଭାଇ ଗିରଫ, ଘଟଣାକୁ ଧାମନଗର ପ୍ରେସ କ୍ଲବ ପକ୍ଷରୁ ନିନ୍ଦା

191

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଞ୍ଚଳର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ସଂଜିବ କୁମାର ମହାନ୍ତିଙ୍କୁ ଧାମନଗର ମେଡିକାଲ ବଜାରରେ ମରଣାନ୍ତ୍ରକ ଆକ୍ରମଣ ହୋଇଛି । ଏଥିରେ ସାମ୍ବାଦିକଙ୍କ ଆଖି ଓ ଆଙ୍ଗୁଳିରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ପ୍ରକାଶ ଯେ ଗତକାଲି ସାମ୍ବାଦିକ ସଂଜିବ ଖବର ପଠାଇବା ପରେ ଧାମନଗର ମେଡିକାଲ ବଜାରରେ ଚା ପିଉଥିଲେ । ସେ ସମୟରେ ତାଙ୍କ ମୋବାଇଲ ଫୋନକୁ ଏକ ଅଜଣା କଲ୍ ଆସିଥିଲା । ସେ ଫୋନ ଉଠାଇବା ପରେ ତାଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ତୁ କେଉଁଠି ଅଛୁ ବୋଲି ପଚାରିଥିଲା । ମୁଁ ମେଡିକାଲ ବଜାରରେ ଅଛି କହିବା ପରେ ତତ୍‌କ୍ଷାଣତ ସ୍ଥାନୀୟ ଶାମପୁର ଗ୍ରାମର ଦେବେନ୍ଦ୍ର ମହାପାତ୍ର(୪୦) ଓ ତାଙ୍କ ବଡ ଭାଇ ମହେନ୍ଦ୍ର ମହାପାତ୍ର (୫୫) ସେଠାରେ ପହଞ୍ଚି ସଂଜିବକୁ ମାଡ ମାରିବା ଆରମ୍ଭ କରିଥିଲେ । ସେ ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ସାମ୍ବାଦିକ ଓ ସ୍ଥାନୀୟ କେତେକ ଲୋକ ଦୁଇ ଭାଇଙ୍କୁ ଯେତେ ଅଟକାଇ ଥିଲେ ମଧ୍ୟ ସେମାନେ କାହା କଥା ଶୁଣିନଥିଲେ । ପ୍ରାୟ ୩୦ ମିନିଟ ଧରି ଏହି ମାରପିଟ୍ ଓ ଗାଳି ଗୁଲଜ ହେବା ପରେ ପୁଲିସକୁ ଖବର ଦିଆଯାଇଥିଲା । ଥାନାଧିକାରୀ ରତିକାନ୍ତ ଗିରି ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳେ ପହଞ୍ôଚ ଅଭିଯୁକ୍ତ ଦୁଇ ଭାଇକୁ ଗିରଫ କରିଥିଲେ । ତେବେ ମାଡରେ ସାମ୍ବାଦିକ ସଂଜିବଙ୍କ ଆଖି ଓ ତାଙ୍କ ହାତର ଆଙ୍ଗୁଳିରେ ଗଭୀର କ୍ଷତ ସୃଷ୍ଟି ହେବାରୁ ତାଙ୍କୁ ଧାମନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ସାମ୍ବାଦିକ ସଂଜିବଙ୍କ ଅଭିଯୋଗ କ୍ରମେ ପୁଲିସ ଥାନାରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଦୁଇ ଭାଇ ଦେବେନ୍ଦ୍ର ମହାପାତ୍ର ଓ ମହେନ୍ଦ୍ର ମହାପାତ୍ରକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେମାନଙ୍କ ଜାମିନ ଆବେଦନ ମାନ୍ୟବର କୋର୍ଟ ଖାରଜ କରିବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜକୁ ପଠାଯାଇଛି । ତେବେ ଏହି ଘଟଣାକୁ ନେଇ ଧାମନଗର ପ୍ରେସ କ୍ଲବ ପକ୍ଷରୁ ନିନ୍ଧା କରାଯାଇଛି । ଧାମନଗର ପ୍ରେସ କ୍ଲବର ସାଧାରଣ ସଂପାଦକ ତଥା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଂପାଦକ ପ୍ରଦୀପ କୁମାର ମହାପାତ୍ର ଏବଂ ସଂଘର ଜିଲା ସଭାପତି ରବିନାରାୟଣ ଖିଲାର ରାୟଗଡାସ୍ଥିତ ରାଜ୍ୟ ସମ୍ମିଳନୀରେ ଉପସ୍ଥିତ ଥିବାରୁ ଘଟଣାକୁ ସେ ଦୃଢ ନିନ୍ଧା କରିଛନ୍ତି । ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ବିଭିନ୍ନ ସମୟରେ ଆକ୍ରମଣ ହେଉଛି । ଏହାକୁ ନେଇ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟ କରିବାକୁ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଦାବି ହେଉଥିବା ବେଳେ ସରକାର ତୁରନ୍ତ ଏହି ଆଇନ ରାଜ୍ୟରେ କାର୍ଯ୍ୟ କରିବାକୁ ସାମ୍ବାଦିକ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.