Home ଜିଲ୍ଲା ପରିକ୍ରମା ପିଇଓ ଓ ଜିଆରଏସଙ୍କ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ପିଇଓ ଓ ଜିଆରଏସଙ୍କ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

65

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତର କାର୍ଯ୍ୟରତ ପିଇଓ ଓ ଜିଆରଏସ କର୍ମଚାରୀ ଛୁଟି ଦିନରେ କାର୍ଯ୍ୟରୁ ନିବୃତ୍ତ ରହିବା ଏବଂ ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ କାର୍ଯ୍ୟ କରିବାକୁ ନେଇ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି । ଜୀବନ ଓ ପରିବାରକୁ ବିପନ୍ନ କରି ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ସରକାରୀ କାର୍ଯ୍ୟକୁ ସଂପାଦନା କରୁଛନ୍ତି । ହେଲେ କରୋନା ମହାମାରୀ ଯୋଗୁଁ ସ୍ୱତନ୍ତ୍ର ସରକାରୀ ଛୁଟି ଥିଲେ ମଧ୍ୟ ଏହି କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରରେ ଉପସ୍ଥିତ ରହି କାର୍ଯ୍ୟ କରୁଛନ୍ତି । କରୋନା ମହାମାରୀ ସମଗ୍ର ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ଏମାନଙ୍କୁ ସରକାରଙ୍କ ପକ୍ଷରୁ ଛୁଟି ମିଳୁନାହିଁ । ଫଳରେ ଏହି କର୍ମଚାରୀମାନେ ମାନସିକ ର୍ଦୁଚିନ୍ତା ବଢିଯାଇଛି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଛୁଟି ଦିନରେ କାର୍ଯ୍ୟରୁ ନିବୃତ୍ତ ରହିବା ସହ ଜରୁରୀ ପରିସ୍ଥିତିରେ ଅଫିସ କାର୍ଯ୍ୟରେ ସହଯୋଗ କରିବାକୁ ସୁଯୋଗ ଦେବା ପାଇଁ କର୍ମଚାରୀମାନେ ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଧାମନଗର ବ୍ଲକ ପିଇଓ ଓ ଜିଆରଏସ ସଂଘର ସଂଯୋଜକ ଚିତ୍ତରଞ୍ଜନ ନାୟକ, ସଭାପତି ଶ୍ରୀକାନ୍ତ ଦାସ, ଅଚ୍ୟୁତନନ୍ଦ ବାରିକ, ସଞ୍ଜୟ ଦାସ ଓ ରାଧାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.